
ସୁବର୍ଣପୁର, ୨୪ ଜୁନ୍ (ହି.ସ.) କପାସିରା ଗ୍ରାମର ଲାଇନମ୍ୟାନସ ହେମନ୍ତ ସେଠ (୩୦) ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାଯାଏ । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ପ୍ରାୟସ ୯ଟା ପାଖାପାଖ କପାସିରା ମନ୍ଦିର ପାଖରେ ଏକ ବିଦ୍ୟୁତ ଖୁଣ୍ଟରେ ଚଢି ମରାମତି କରୁଥିଲେ। ହଠାତ ବିଦ୍ୟୁତ ଆଘାତରେ ସେ ଝକ୍କା ଖାଇ ତଳେ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗ୍ରାମର ଯୁବକ ତଥା ପରିବାର ଲୋକେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଡୁଙ୍ଗୁରିପାଲି ଥାନାଧୁକାରୀ ରୋଜାଲିନ ପଟେଲ ପହଂଚ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରଜୁ କରି ବିନିକା ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ କପାସିରା ଗ୍ରାମର ବହୁ ଯୁବକ, ଗ୍ରାମବାସୀ, ପରିବାର ବର୍ଗ ଡାକ୍ତରଖାନାରେ ପହଂଚି ଥିଲେ । ସେଠାରେ ଏକ ଶୋକାକୁଳ ପରିବେଶ ଦେଖୁବାକୁ ମିଳିଥିଲା । ମୃତ ଯୁବକ ଦୀର୍ଘ ୬ବର୍ଷ ହେବ ଟାଟାପାୱାର ବିଦ୍ୟୁତ ବିଭାଗରେ କାଯ୍ୟ କରି ଆସୁଥିଲେ । ଦୁଇ ବର୍ଷ ତଳେ ବିବାହ କରିଥିବା ବେଳେ ୫ମାସର ଏକ କନ୍ୟା ସନ୍ତାନ ରହିଛି । ଦୁଇମାସ ତଳେ ତାଙ୍କ ପିତାଙ୍କ ଏକ ଦୂର୍ଘଟଣାରେ ଗୋଡ ଭାଙ୍ଗି ଯାଇଛି । ପରିବାରର ରୋଜଗାରିଆ ପୁଅକୁ ହରାଇ ବାପା ମାଁ', ସ୍ତ୍ରୀ ସମସ୍ତେ ଭାଙ୍ଗି ପଢିଛନ୍ତି । ପରିବାରକୁ ସହାୟତା ଦାବୀ କରିଥିଲେ। ପରିବାର ଏବଂ ଗ୍ରାମବାସୀ । ଥାନା ପରିସରରେ ନିର୍ବାହୀ ଯନ୍ତ୍ରୀ ଉଦୟ ଶଙ୍କର ପାଟ୍ଟଯୋଶୀ, ଏକ୍କ୍ୟୁକିଟିଭ ଯନ୍ତ୍ରୀ ଅଶୋକ କୁମାର ମିଶ୍ର, ଚେରୂପାଲି ଗ୍ରୀଡ ଯନ୍ତ୍ରୀ ସଙ୍କେତ ଦାଶ, ଜିଲ୍ଲା ରଜକ ସମାଜର ପୂର୍ବ ଜିଲ୍ଲା ସଭାପତି ତଥା ସ୍ଥାନୀୟ ‘ସମାଜ’ର ପ୍ରତିନିଧ ରତ୍ନାକର ସେଠ, ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ମହାଦେବ ପଧାନ, ରୋହିତ ସେଠ, ଫଣି ଭୂଷଣ ପଧାନ, ଦେବରାଜ ଜେନା, ପ୍ରଦୀପ ସା, ଜିତେନ ପଧାନ, ନକୁଳ ସ୍ମାଇଁ, ଜଗନ୍ନାଥ ବାରିକ,ସରୋଜ ସା ପ୍ରମୁଖଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ଶେଷରେ ଯନ୍ତ୍ରୀ ଅଶୋକ କୁମାର ମିଶ୍ର ମୃତ ହେମନ୍ତ ସେଠଙ୍କ ସ୍ତ୍ରୀଙ୍କୁ ବିଦୂତ ବିଭାଗରେ ଚାକିରୀ, ଏବଂ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ଓ ଦଶାହ କାଯ୍ୟ ମଧ୍ୟରେ ୨ଲକ୍ଷ ଟଙ୍କା ଏବଂ ପରବର୍ତୀ ସମୟରେ ବିଭାଗର ଗାଇଡ ଲାଇନ ଅନୁସାରେ ୧୫ ଲକ୍ଷଟଙ୍କା ପ୍ରଦାନ କରାଯିବାକୁ ଲିଖିତ ପ୍ରତିଶୃତି ଦେବା ପରେ ଶବ ବ୍ୟବଛେଦ ପାଇଁ ପରିବାର ବର୍ଗ ରାଜି ହୋଇଥିଲେ ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ