ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗର ଏକ ବଡ ସଫଳତା
ପ୍ରଥମକରି ଏଠାରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ ନିଶ୍ଚିନ୍ତକୋଇଲି, ୨୪ ଜୁନ୍ (ହି.ସ.) ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଆଜି ମାହାଙ୍ଗା ଛତ୍ରବଜାର ପାଖରୁ ପ୍ରାୟ ୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟଯେ ନିଶ୍
ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗର ଏକ ବଡ ସଫଳତା


ପ୍ରଥମକରି ଏଠାରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ନିଶ୍ଚିନ୍ତକୋଇଲି, ୨୪ ଜୁନ୍ (ହି.ସ.) ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଆଜି ମାହାଙ୍ଗା ଛତ୍ରବଜାର ପାଖରୁ ପ୍ରାୟ ୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟଯେ ନିଶ୍ଚିନ୍ତକୋଇଲି, ସାଲେପୁର ଓ ମହାଙ୍ଗା ଅଂଚଳରେ ଚୋରା ନିଶା ଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବା ଅଭିଯୋଗକୁ ଭିତି କରି ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଜାଲ ବିଛାଇଥିଲା । ସେହି ଜାଲରେ ଆଜି କଟକ ଲାଲବାଗ ଥାନା ଅଧିନ ଖଟବିଲ୍ ସାହିର ଅବଦୁଲ କଲିମ୍ ମାହାଙ୍ଗା ଅଂଚଳକୁ ନିୟମିତ ବ୍ରାଉନସୁଗାର ନେବାଆଣିବା ଖବର ପାଇ ଆଜି ଅବକାରୀ ବିଭାଗ ସୁପରିନ୍େଟଡେଂଟ କରୁଣାକର ତିିଆରିଙ୍କ ନେତୃତ୍ୱରେ ଆଇ ଆଇ ସି ଅଭିରାମ ସାହୁ, ସବ୍ଇନସପେକ୍ଟର ରାଜକିଶୋର ନାୟକ, ଏଏସ୍ ଆଇ ଚିତରଂଜନ ଦାସ, ସୁନୀଲ କୁମାର ଦେଉରୀ, ଖଗେଶ୍ୱର ବେହେରା, ତୃପ୍ତିମୟୀ ପରିଡା ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଛତ୍ରବଜାର ନିକଟରୁ ଏକ ହିରୋ ଏସ୍ଟିଏମ୍ ଗାଡି ନଂ ଓଡି୦୫୨-୨୧୯୮ ଗାଡିକୁ ଅଟକାଇ ସଂପୃକ୍ତ ବ୍ୟକ୍ତି ଅବଦୁଲକୁ ତନ ତନ କରି ପରୀକ୍ଷା କରିବା ପରେ ତାଙ୍କ ପାଖରୁ ୬୦ ଗ୍ରାମ୍ ବ୍ରାଉନ ସୁଗାର ଯାହାର ସରକାରୀ ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଜବତ କରିଛନ୍ତି । ଅବକାରୀ କେଶ୍ ନଂ ୪୧/୨୦୨୬-୨୭ ରେମୋକଦ୍ଦମା ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଛନ୍ତି । ତେବେ ବ୍ରାଉନସୁଗାର କେଉଁଠୁ ଆସିଲା ଏବଂ କେଉଁଠିକୁ ଯାଉଥିଲା ତାହାର ଏକ ଉଚ୍ଚ ସ୍ତରୀୟତଦନ୍ତ ଚାଲୁ ରହିଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

ରତ୍ନାକର ବାରିକ, ହିନ୍ଦୁସ୍ତାନ ସମାଚାର

-------------------

---------------

ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍


 rajesh pande