ମିଶନ ବାତ୍ସଲ୍ୟ ଅଧୀନରେ ଶିଶୁ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳା।
ଖୋର୍ଦ୍ଧା, 24 ଜୁନ୍ (ହି.ସ.)ଖୋର୍ଦ୍ଧା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ପ୍ଲାନ ଇଣ୍ଡିଆ ର ମିଳିତ ଆନୁକୂଲ୍ୟରେ ଶିଶୁମାନଙ୍କର ସୁରକ୍ଷା, ଯତ୍ନ, ବିକାଶ ଓ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ମିଶନ ବାତ୍ସଲ୍ୟ ଅଧୀନରେ “ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା’” ଶ
Shishu


ଖୋର୍ଦ୍ଧା, 24 ଜୁନ୍ (ହି.ସ.)ଖୋର୍ଦ୍ଧା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ପ୍ଲାନ ଇଣ୍ଡିଆ ର ମିଳିତ ଆନୁକୂଲ୍ୟରେ ଶିଶୁମାନଙ୍କର ସୁରକ୍ଷା, ଯତ୍ନ, ବିକାଶ ଓ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ମିଶନ ବାତ୍ସଲ୍ୟ ଅଧୀନରେ “ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା’” ଶୀର୍ଷକ ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି I ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ଯକ୍ଷତା କରିଥିଲେ । ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ କଲ୍ୟାଣ ସମିତି, ଜୁଭେନାଇଲ ଜଷ୍ଟିସ ବୋର୍ଡ, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ, ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରତିନିଧୂମାନେ ଯୋଗଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ପ୍ଲାନ ଇଣ୍ଡିଆର ରାଜ୍ୟ ସଂଯୋଜକ ପ୍ରଦ୍ୟୁତ ରଞ୍ଜନ ରାଉତ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ଓ ସମନ୍ବିତ କରିବା, ଶିଶୁ ନିର୍ଯାତନା, ଶିଶୁ ବିବାହ, ଶିଶୁ ଶ୍ରମ ଓ ଅନ୍ୟାନ୍ୟ ବିପଦରୁ ଶିଶୁମାନଙ୍କୁ ସୁରକ୍ଷା ଦେବା ନେଇ ବିସ୍ତୃତ ଆଲୋଚନା କରିଥିଲେ । ଖୋର୍ଦ୍ଧା ଶିଶୁ ଅଂଶଗ୍ରହଣକାରୀମାନେ ଜିଲ୍ଲାରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଚ୍ୟାଲେଞ୍ଜ ଓ ସମାଧାନ ଉପରେ ମତବିନିମୟ କରିଥିଲେ I ମିଶନ ବାତ୍ସଲ୍ୟର ମୂଳ ଲକ୍ଷ୍ୟ ହେଉଛି ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ, ସହାୟକ ଓ ଶିଶୁ-ବନ୍ଧବ ପରିବେଶ ସୃଷ୍ଟି କରିବା ବୋଲି ମତ ପ୍ରକାଶ କରିଥିଲେ I ଏହି ଯୋଜନା ଶିଶୁ ଅଧିକାର, ପରିବାର ଭିଭିକ ଯତ୍ନ, ପୁନର୍ବାସନ ଓ ଶିଶୁ ସୁରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଅନ୍ୟତମ ବକ୍ତା ତଥା ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିର ଅଧ୍ଯକ୍ଷା କାନ୍ତା ମହାନ୍ତି, ଅତିରିକ୍ତ ଶିଶୁ ମଙ୍ଗଳ ସମିତିର ଅଧ୍ଯକ୍ଷା ମମତା ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ ପ୍ରହରାଜ, ଜୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟ ଜବାହାର ପ୍ରସାଦ ତ୍ରିପାଠୀ, ସଦସ୍ୟା ଅଞ୍ଜୁରାମ ଏବଂ ଜିଲ୍ଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ଶଚିନ୍ଦ୍ର ନାଥ ସାହୁ ପ୍ରମୁଖ ଗୁରୁତ୍ବ ଦେଇଥିଲେ । କର୍ମଶାଳାର ଶେଷରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଅନୁଷ୍ଠାନ ଓ ବିଭାଗ ମଧ୍ୟରେ ଅଧିକ ସମନ୍ବୟ, ତଥ୍ୟ ବିନିମୟ ଏବଂ ସମୁଦାୟର ସକ୍ରିୟ ଅଂଶଗ୍ରହଣ ମାଧ୍ଯମରେ ଖୋର୍ଦ୍ଧା ଜିଲ୍ଲାରେ ଏକ ଦୃଢ଼ ଶିଶୁ ସୁରକ୍ଷା ପରିବେଶ ଗଠନ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ I ଏହି କର୍ମଶାଳକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀଙ୍କ ସହିତ ପ୍ଲାନ ଇଣ୍ଡିଆ ର ଜିଲ୍ଲା ସଂଯୋଜିକ ଅମିତା ସିଂହ ପ୍ରମୁଖ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande