ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କଲା ଯୁବକ
ଜୟପୁର, ୨୪ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଝିଲିମିଲି ଗାଁ ରେ ଅଭାଭନୀୟ ଘଟଣା ଘଟିଛି। ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ କୋଦାକ ରେ ପିଟି ପିଟି ହତ୍ୟା କଲା ଜଣେ ଯୁବକ। ଯୁବକ ଙ୍କ ଆକ୍ରମଣ ରେ ଘଟଣା ସ୍ଥଳରେ ହୀ ଜୀବନ ହରିଲେ ବୃଦ୍ଧ ଜଣକ।ମୃତ ବୃଦ୍ଧ ହେଲେ ୬୫ ବର୍ଷୀୟ ସମନାଥ ଭ
ବୃଦ୍ଧ ଙ୍କୁ ନିର୍ମମ ଭାବେ ହତ୍ୟା କଲା ଯୁବକ


ଜୟପୁର, ୨୪ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଝିଲିମିଲି ଗାଁ ରେ ଅଭାଭନୀୟ ଘଟଣା ଘଟିଛି। ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ କୋଦାକ ରେ ପିଟି ପିଟି ହତ୍ୟା କଲା ଜଣେ ଯୁବକ। ଯୁବକ ଙ୍କ ଆକ୍ରମଣ ରେ ଘଟଣା ସ୍ଥଳରେ ହୀ ଜୀବନ ହରିଲେ ବୃଦ୍ଧ ଜଣକ।ମୃତ ବୃଦ୍ଧ ହେଲେ ୬୫ ବର୍ଷୀୟ ସମନାଥ ଭତ୍ରା। ହତ୍ୟାକାରୀ ହେଲେ ସେହି ଗ୍ରାମର ହରିହର ଭୁମିଆ। ହତ୍ୟା କାରୀ ଯୁବକ ହତ୍ୟା କରି ଚମ୍ପଟ ମାରିବା ବେଳେ ତାଙ୍କୁ ଗ୍ରାମବାସୀ କାବୁ କରି ରଖି ବୋରିଗୁମ୍ମା ପୋଲିସ କୁ ଜିମାରେ ଦେଲେ।ଖବର ପାଇ ବୋରିଗୁମ୍ମା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।ତେବେ ଯୁବକ ଜଣକ କେଉଁ କାରଣ ରୁ ବୃଦ୍ଧ କୁ ଏପରି ହତ୍ୟା କଲେ ତାହା ଜଣାପଡିନି। ମୃତ ବୃଦ୍ଧ ଙ୍କ ପରିବାର ଲୋକେ ଏବେ ସରକାରୀ ସହାୟତା ଦାବି କରିଥିବା ଜଣାଯାଇଛି । ଘଟଣା ସ୍ତଲରେ ବୋରିଗୁମ୍ମା ପୋଲିସ ତଦନ୍ତ ଆରମ୍ଭ କରିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande