ଅର୍ଡ଼ା ପଞ୍ଚାୟତରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ
Programme on Bikash Dhara
Bikash Dhara program


ଅର୍ଡ଼ା ପଞ୍ଚାୟତରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ

ଝାରସୁଗୁଡ଼ା , 24 ଜୁନ୍ (ହି.ସ.)ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ଅର୍ଡ଼ା ଗ୍ରାମପଞ୍ଚାୟତ ପରିସରରେ ଆଜି ସରକାରଙ୍କ ଏକ ସ୍ୱତନ୍ତ୍ର ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରଗତି, ଭିତ୍ତିଭୂମିର ବିକାଶ ଏବଂ ସାଧାରଣ ଜନତାଙ୍କ ନିକଟରେ ସରକାରୀ ଯୋଜନାର ସଫଳ ରୂପାୟନ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ। ହିତାଧିକାରୀଙ୍କୁ ଏହି ଅବସରରେ ବିଭିନ୍ନ କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଲଇକେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାଶ ଲାକ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଅର୍ଡ଼ା ପଞ୍ଚାୟତର ସରପଞ୍ଚ ବୀଣାପାଣି ପୋଢ଼ଙ୍କ ସମେତ ବିଜୟ ଶର୍ମା ଏବଂ ଉଦ୍ଧବ ସିଂ ନାଏକ ପ୍ରମୁଖ ମଞ୍ଚାସୀନ ରହି ସ୍ଥାନୀୟ ସମସ୍ୟା ଓ ବିକାଶର ରୋଡମ୍ୟାପ୍ ଉପରେ ନିଜ ନିଜର ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମିତି ସଦସ୍ୟ, ୱାର୍ଡ ସଭ୍ୟ, ସ୍ଥାନୀୟ ଜନପ୍ରତିନିଧି, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande