ବିକାଶ ସାରା ଓଡିଶା ସାରା କାଯ୍ୟକ୍ରମରେ ସରକାରୀ ଯୋଜନାର ବଣ୍ଟନ
ଜୟପୁର, 24 ଜୁନ୍ (ହି.ସ.)- ସରକାର ଙ୍କ ବିକାଶ ସାରା ଓଡିଶା ସାରା କାଯ୍ୟକ୍ରମର ଦୁଇ ବର୍ଷ ପୁତ୍ତି ଅବସରରେ ଜୟପୁର ବ୍ଲକ ସଭାଗୃହରେ ବିଭିନ୍ନ ସରକାରି ଯୋଜନା ବଣ୍ଟନ କରାଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ ବଣ୍ଟନ କରିଥିଲେ । ଏଠାରେ ସମ୍ମାନିତ
ବିକାଶ ସାରା ଓଡିଶା ସାରା କାଯ୍ୟକ୍ରମରେ ସରକାରି ଯୋଜନାର ବଣ୍ଟନ


ଜୟପୁର, 24 ଜୁନ୍ (ହି.ସ.)- ସରକାର ଙ୍କ ବିକାଶ ସାରା ଓଡିଶା ସାରା କାଯ୍ୟକ୍ରମର ଦୁଇ ବର୍ଷ ପୁତ୍ତି ଅବସରରେ ଜୟପୁର ବ୍ଲକ ସଭାଗୃହରେ ବିଭିନ୍ନ ସରକାରି ଯୋଜନା ବଣ୍ଟନ କରାଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ ବଣ୍ଟନ କରିଥିଲେ । ଏଠାରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି , ଜିଲା ପରିଷଦ ସଭ୍ୟ ତପତି ପଟ୍ଟନାୟକ ଉପସ୍ଥିତ ରହିଥିବା ବେଳେ ବିଡିଓ ଶକ୍ତି ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସିଡିପିଓ କାଞ୍ଚନ ପଣ୍ଡା ପରିଚାଳନା କରିଥିଲେ । ଏଠାରେ ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ ଫୋନ ବଣ୍ଟନ, ଲେବର କାର୍ଡ, ଭତ୍ତା, ସହାୟକ ଉପ କରଣ, ମୁଖ୍ୟମନ୍ତ୍ରୀ ଅନ୍ନପୁଣ୍ଣା ଯୋଜନାରେ କାର୍ଡ ବଣ୍ଟନ ଆଦି କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏଠାରେ ଜିଲା ଶ୍ରମ ଅଧିକାରି ସବିତା ନାୟକ, ବ୍ଲକ ସହକାରି ନିବାହୀ ଯନ୍ତ୍ରୀ ବିଜୟ କୁମାର ନନ୍ଦ, ଆସିଡିଏସ ସୁପରଭାଇଜର, ବ୍ଲକ କର୍ମଚାରି ଅଙ୍ଗନବାଡୀ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅଙ୍ଗନବାଡି ସେବାକୁ ଆହୁରି ଡିଜିଟାଲ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ଅଙ୍ଗନବାଡି କର୍ମୀମାନଙ୍କୁ ନୂତନ ସ୍ମାର୍ଟଫୋନ ବଣ୍ଟନ କରାଯାଇଛି। ଏହି ସ୍ମାର୍ଟଫୋନ ମାଧ୍ୟମରେ ଶିଶୁଙ୍କ ବିକାଶ, ପୋଷଣ ସ୍ଥିତି ଓ ମାତୃ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସହଜରେ ଅନଲାଇନରେ ଅପଲୋଡ୍ କରାଯାଇପାରିବ। ଫଳରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ସେବା ପ୍ରଦାନ ଅଧିକ ସ୍ୱଚ୍ଛ ଓ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

ନୂତନ ସ୍ମାର୍ଟଫୋନ ମାଧ୍ୟମରେ ଶିଶୁଙ୍କ ଉପସ୍ଥିତି, ଓଜନ, ଉଚ୍ଚତା, ପୋଷଣ ସ୍ଥିତି ସହ ଗର୍ଭବତୀ ଏବଂ ପ୍ରସୂତି ମହିଳାଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ରିୟଲ ଟାଇମରେ ସଂଗ୍ରହ ଓ ଅପଲୋଡ୍ କରାଯାଇପାରିବ। ପୂର୍ବରୁ ପୁରୁଣା ମୋବାଇଲ ଫୋନ ଏବଂ ବୈଷୟିକ ସମସ୍ୟା ଯୋଗୁଁ ତଥ୍ୟ ପଠାଇବାରେ ଅନେକ ଅସୁବିଧା ଦେଖାଦେଉଥିଲା। ନୂତନ ଫୋନ ମିଳିବା ପରେ ସେହି ସମସ୍ୟାର ସମାଧାନ ହେବା ସହ କାର୍ଯ୍ୟ ପରିଚାଳନା ଆହୁରି ସହଜ ହେବ ବୋଲି ଅଙ୍ଗନବାଡି କର୍ମୀମାନେ କହିଛନ୍ତି।

ଏହି ପଦକ୍ଷେପ ଦ୍ୱାରା ସରକାରଙ୍କ ପୋଷଣ ଅଭିଯାନ, ଶିଶୁ ବିକାଶ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର ତଥ୍ୟ ଅଧିକ ଶୀଘ୍ର ଏବଂ ସଠିକ ଭାବେ ଉପଲବ୍ଧ ହେବ। ଏହା ସହିତ ସେବା ପ୍ରଦାନରେ ଗତି ଆସିବା ସହ ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହେବ। ଅଙ୍ଗନବାଡି ବ୍ୟବସ୍ଥାରେ ଡିଜିଟାଲ ପରିବର୍ତ୍ତନ ଆଣିବା ଦିଗରେ ଏହି ନୂତନ ସ୍ମାର୍ଟଫୋନ ବଣ୍ଟନକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande