
ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ମହିମା ଧର୍ମର ପ୍ରତିଷ୍ଠାତା ମହିମାସ୍ୱାମୀଙ୍କ ଓଡ଼ିଶା ମାଟିର ପଦାର୍ପଣକୁ ୨୦୦ ବର୍ଷ ପୂର୍ତି ଉପଲକ୍ଷେ ବୁଧବାର ଦିନ ଢେଙ୍କାନାଳର ଆଦିପୀଠ ତପୋବନ କାଦୁଆ ମହିମାଶ୍ରମଠାରେ ଧର୍ମ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର , ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ତଥା ଅନେକ ବରେଣ୍ୟ ସୁଧୀବୃନ୍ଦ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା