୬ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି କାଏମ
ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ୬ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ମାମଲା କାଏମ ରହିଛି। ନୂଆ ନିଯୁକ୍ତିକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟରେ ଦାୟର ହୋଇଥିବା ପିଟିସନ୍ ଖାରଜ ହୋଇଥିବା ଏଜି ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୧ଟି ରିଟ୍ ପିଟିସନ୍ ର ଏକତ୍ର ଶୁଣାଣି କରି ହାଇକ
pitambar acharya


ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ୬ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ମାମଲା କାଏମ ରହିଛି। ନୂଆ ନିଯୁକ୍ତିକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟରେ ଦାୟର ହୋଇଥିବା ପିଟିସନ୍ ଖାରଜ ହୋଇଥିବା ଏଜି ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୧ଟି ରିଟ୍ ପିଟିସନ୍ ର ଏକତ୍ର ଶୁଣାଣି କରି ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି। କାର୍ଯ୍ୟକାଳ ସରିବା ପୂର୍ବରୁ ନିଯୁକ୍ତି ରଦ୍ଦ ହୋଇଥିବାରୁ ପିଟିସନ୍ ହୋଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତି ବେଆଇନ କହିଥିଲେ ଆବେଦନକାରୀ। ନିଯୁକ୍ତିରେ ଅନିୟମିତତା ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ ଏଜି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande