ଭୁବନ ଏନ୍ ଏ ସି ରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନ, ୨୪ ଜୁନ୍ (ହି.ସ.) ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ରଗଡ଼ି ଛକ ଠାରେ ଥିବା ବହୁମୁଖୀ ଭବନ ପରିସରରେ ବିକାଶର ଧାରା, ଓଡ଼ିଶା ସାରା ରାଜ୍ୟସ୍ତରୀୟ ସହରାଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସଂଗଠିକା ଶ୍ରୀମତୀ ଚିକୁମୀନା ପଟ୍ଟନ
ଅନ୍ନପୁର୍ଣ୍ଣା କାର୍ଡ ବଣ୍ଟନ


ସ୍ବଚ୍ଛ ସାଥୀ


ଭୁବନ, ୨୪ ଜୁନ୍ (ହି.ସ.) ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ରଗଡ଼ି ଛକ ଠାରେ ଥିବା ବହୁମୁଖୀ ଭବନ ପରିସରରେ ବିକାଶର ଧାରା, ଓଡ଼ିଶା ସାରା ରାଜ୍ୟସ୍ତରୀୟ ସହରାଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସଂଗଠିକା ଶ୍ରୀମତୀ ଚିକୁମୀନା ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ଉଦଘାଟନ କରି ଦୁଇ ବର୍ଷରେ ସରକାର ଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ଏହାକୁ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ୍ୱ ମହିଳା ପୁରୁଷ ଆଭାସୀ ଜରିଆରେ ଦେଖିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା ବେଳେ ସ୍ୱଛସାଥି ,ପ୍ଲାଣ୍ଟ କର୍ମଚାରୀ ଓ ସଫେଇ କର୍ମଚାରୀ ମାନଙ୍କୁ ନଗରପାଳ ଙ୍କ ଦ୍ୱାରା ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା। କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଉନସିଲର ପପୁ କୁମାର ସାହୁ,ମନ ମୋହନ ସାହୁ,ନରେନ୍ଦ୍ର କୁମାର ବେହେରା,ମଞ୍ଜୁଲତା ସେଠୀ,ସସ୍ମିତା ନାୟକ ଙ୍କ ସମେତ ଏନ୍ ଏ ସି କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande