କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିବସରେ ଭଦ୍ରକ ଯୁବ ପରିଷଦ ପକ୍ଷରୁ ରକ୍ତଦାନ ଶିବିର ଓ ଫଳ ବଂଟନ
ଭଦ୍ରକ, ୨୬ ଜୁନ୍ (ହି.ସ.) - ଓଡ଼ିଶା ମାଟିର ଲଢୁଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିବସ ଅବସରରେ ଭଦ୍ରକ ଯୁବ ପରିଷଦ ପକ୍ଷରୁ ଏକ ମହତ୍ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହିତ ଜିଲ୍ଲା ଚିକିତ୍ସାଳୟରେ ଚିକି
DHARMENDRA PRADHAN BLOOD DONATION CAMP AT BHADRAK


ଭଦ୍ରକ, ୨୬ ଜୁନ୍ (ହି.ସ.) - ଓଡ଼ିଶା ମାଟିର ଲଢୁଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିବସ ଅବସରରେ ଭଦ୍ରକ ଯୁବ ପରିଷଦ ପକ୍ଷରୁ ଏକ ମହତ୍ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହିତ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୁବକ ସ୍ୱଇଚ୍ଛାରେ ରକ୍ତଦାନ କରି ମାନବ ସେବାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ରକ୍ତଦାନ ସହ ରୋଗୀମାନଙ୍କୁ ଫଳ ବଂଟନ କରାଯାଇ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ରକ୍ତଦାନ ହେଉଛି ମହାଦାନ ଏବଂ ଏପରି ସେବାମୂଳକ ପଦକ୍ଷେପ ସମାଜରେ ମାନବିକତା ଓ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିଥାଏ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସକୁ ସେବା ଓ ସମର୍ପଣ ଦିବସ ଭାବେ ପାଳନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଭଦ୍ରକ ଯୁବ ପରିଷଦ ପକ୍ଷରୁ ପ୍ରକାଶ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି, ପୂର୍ବତନ ଜିଲ୍ଲା ସଭାପତି, ଟାଉନ ଥାନାର ଅଧିକାରୀ, ବିଶ୍ୱ ହିନ୍ଦୁ ପରିଷଦର ସଭାପତି, ଭଦ୍ରକ ଯୁବ ପରିଷଦର ସଦସ୍ୟ, ବହୁ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ସମସ୍ତଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande