ଆର୍ନ୍ତଜାତୀୟ ନିଶା ଅପବ୍ଯବହାର ଓ ଅବୈଧ ଚାଳାଣ ବିରୋଧ ଦିବସ ପାଳନ
ନୂଆପଡ଼ା,୨୬ ଜୁନ (ହି.ସ.)- ନୂଆପଡ଼ା ଜିଲ୍ଲା ଖରିଆର ରୋଡ ସ୍ଥିତ ନେହେରୁ ନଗର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ଼୍ ର ମିଳିତ ଆନୁକୂଲ୍ୟରେ ଆର୍ନ୍ତଜାତୀୟ ନିଶା ଅପବ୍ଯବହାର ଓ ଅବୈଧ ଚାଳାଣ ବିରୋଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ
Nisha apabyabahar dibas palita


ନୂଆପଡ଼ା,୨୬ ଜୁନ (ହି.ସ.)- ନୂଆପଡ଼ା ଜିଲ୍ଲା ଖରିଆର ରୋଡ ସ୍ଥିତ ନେହେରୁ ନଗର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ଼୍ ର ମିଳିତ ଆନୁକୂଲ୍ୟରେ ଆର୍ନ୍ତଜାତୀୟ ନିଶା ଅପବ୍ଯବହାର ଓ ଅବୈଧ ଚାଳାଣ ବିରୋଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଏବଂ ଆଇନ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ଆମସେନା ଛକ ଠାରୁ ନେହେରୁ ନଗର ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା ଓ ଏଥିରେ ଖରିଆର ରୋଡ ଅଂଚଳ ର ମହିଳା ମଣ୍ଡଳର ସଦସ୍ୟାଗଣ, ଗୁରୁକୁଳ ଆଶ୍ରମ ର ଛାତ୍ର ଛାତ୍ରୀ ଓ ଅଧିକରମିତ୍ରଗଣ ଅଂଶଗ୍ରହଣ କରି ନିଶା ନିବାରଣ ସପକ୍ଷରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼୍ ର ଏନ.ଏ.ସି ର ଅଧ୍ୟକ୍ଷା ଡଃ.ସୋନିଆ ଜୈନ, ନୂଆପଡ଼ା କାର୍ଯ୍ୟକାରୀ ଡ୍ରଗ୍ ଇନ୍ସପେକ୍ଟର ପ୍ରସନ୍ନଜିତ୍ ମହାନ୍ତି, ଓ ବରଗଡ଼ ରେଂଜ୍ ର ଦୀପକ କୁମାର ସିଂହ, ନୂଆପଡ଼ା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତରାମ ନାୟକ, ଗୁରୁକୁଳ ଆଶ୍ରମର ପ୍ରାଚାର୍ଯ୍ୟ କୁଞ୍ଜଦେବ ଆଚାର୍ଯ୍ୟ, ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କଳାହାଣ୍ଡୀ ଜୋନ୍ ଅଧ୍ୟକ୍ଷ ବ୍ରହ୍ମା କୁମାରୀ ସୁମତୀ ଦିଦି, ପୂର୍ବତନ ସରକାରୀ ଓକିଲ ତ୍ରୀଲୋକଚନ୍ଦ ସୋନୀ, ପ୍ରାଧିକରଣର ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ଖରିଆର୍ ରୋଡ଼୍ ମୁସଲିମ ଜମାତ୍ ର ଅଧ୍ୟକ୍ଷ ମହମ୍ମଦ ୟାକୁବ୍, ସ୍ଥାନୀୟ ବିଭିନ୍ନ ମହିଳା ମଣ୍ଡଳର ଅଧ୍ୟକ୍ଷାମାନେ ଓ ପ୍ରାଧିକରଣର ଅଧିକାର ମିତ୍ରଗଣ (ଆଇନ ସ୍ୱେଚ୍ଛାସେବୀ) ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଚିବ ନବନୀତା ଦାଶ ନିଶାର ସମାଜ ଉପରେ ପଡୁଥିବା କୁପ୍ରଭାବ, ନିଶା ଦ୍ୱାରା ପରିବାରେ ଉପୁଜୁଥିବା କଳହ, ନିଶା ଅପବ୍ଯବହାର, ଅବୈଧ ଚାଳାଣ, ନିଶାରୁ ମୁକ୍ତିର ଉପାୟ, ନାଲ୍ସା ନିଃଶୁଳ୍କ ହେଲ୍ପଲାଇନ ନମ୍ବର ୧୫୧୦୦ ଓ ମାଗଣା ଆଇନ ସେବା ବିଷୟରେ ବକ୍ତବ୍ୟ ଦେଇ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟମାନେ 'ନିଶା ମୁକ୍ତ ଭାରତ' ଶୀର୍ଷକ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସଚେତନ କରିଥିଲେ ।

-------------------

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande