
ବଲାଙ୍ଗୀର, ୨୪ ଜୁନ୍(ହି.ସ.) – ବଲାଙ୍ଗୀର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟସ୍ଥ ଲଳିତ କଳା ଏକାଡେମୀ ଠାରେ କଳାହାଣ୍ଡି ଆର୍ଟ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଏକ ନିଆରା କାନଭାସ କଳା ଅନୁଷ୍ଠିତ ହେଇଯାଇଛି। କଳାହାଣ୍ଡି ଆର୍ଟ ଆଣ୍ଡ ରିସର୍ଚ୍ଚର ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାନଭାସ କାଳରେ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଚିତ୍ରଶିଳ୍ପୀ ବାସୁଦେବ ମେହେର, ମୁରଲୀଧର ପତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ପାଖାପାଖି ୧୭ ଜଣ ଚିତ୍ରଶିଳ୍ପୀଙ୍କ ଭିନ୍ନ ଭିନ୍ନ ନିଆରା ଚିତ୍ରକଳା ସବୁ ସୋ’ କରାଯାଇଥିଲା। ଏହି କାନଭାସ କଳା ଆଜିଠୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ