ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ
କେନ୍ଦୁଝର, ୨୪ ଜୁନ୍(ହି.ସ.) – ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଜୁଡ଼ିଆର ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି କ୍ଷ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କେନ୍ଦୁଝର ଶ୍ରୀ ପ୍ରିଥୁରାଜ ମଂଡଲଙ୍କ ସଭାପତିତ୍ୱରେ
Karamasala


କେନ୍ଦୁଝର, ୨୪ ଜୁନ୍(ହି.ସ.) – ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଜୁଡ଼ିଆର ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି କ୍ଷ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କେନ୍ଦୁଝର ଶ୍ରୀ ପ୍ରିଥୁରାଜ ମଂଡଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଅନ୍ୟ ଅତିଥିଭାବେ ଭାବେ ମୁଖ୍ୟ ପ୍ରାଣି ଚିକତ୍ସା ଅଧିକାରୀ, କେନ୍ଦୁଝର ଡ଼ଃ ଚନ୍ଦ୍ରଶେଖର ରଥ ; ଆଂଚଳିକ ଗବେଷଣା ଓ଼ କୃଷି କୌଶଳ ସମ୍ପ୍ରସାରଣ କେନ୍ଦ୍ର କେନ୍ଦୁଝର ର ମୁଖ୍ୟ ଡ଼ କିଶୋର ଚନ୍ଦ୍ର ସାହୁ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ଼ ମୁଖ୍ୟ ଡ଼ ସୁକାନ୍ତ କୁମାର ସାହୁ, ଉପ ଉଦ୍ୟାନ କୃଷି ନିର୍ଦେଶକ, କେନ୍ଦୁଝର ଶ୍ରୀ ସୌମେନ୍ଦ୍ର ପାଣିଗ୍ରାହୀ, କୃଷି ନିର୍ବାହୀଯନ୍ତ୍ରୀ ଇ ସମର ବିଶ୍ୱାଳ ମଂଚାସୀନ ଥିଲେ କ୍ଷ ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସ୍ୱାଗତ ଭାଷଣ ଦେବା ସହ ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣି ଚିକିତ୍ସକ୍ଷ ଅଧିକାରୀ ବିଭାଗୀୟ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ସାମ୍ପ୍ରସରଣ କର୍ମୀଙ୍କ ପରାମର୍ଶ ନେବା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସୁଯୋଗ ନେବା, ପ୍ରାଣୀମାନଙ୍କ ବୀମା କରିବା ପାଇଁ ଆହ୍ୱାନ ଦେଇଥିଲେ। ଚଳିତବର୍ଷର ପାଣିପାଗର ପୂର୍ବାନୁମାନ ଅନୁଯାଇ ଆଗୁଆ ଚାଷ, ସ୍ପ୍ରିଙ୍କଲର ଓ଼ ବୁନ୍ଦା ଜଳସେଚନ ଆପଣାଇ ସଂଚିତ ଜଳର ସଦୁପଯୋଗ, ଫଳ ଚାଷ, ଛତୁ ଚାଷ ପ୍ରଭୃତି କରିବା ପାଇଁ ଉପ ଉଦ୍ୟାନ କୃଷି ନିର୍ଦେଶକ ପରାମର୍ଶ ଦେଇଥିଲେ। ଆଂଚଳିକ କୃଷି ଗବେଷଣା କେନ୍ଦ୍ରର ମୁଖ୍ୟ, ଏଲ୍ନିନୋର ପ୍ରଭାବ, ମାଟିର ଜଳଧାରଣ ଶକ୍ତି, ଜୈବିକ କୃଷିର ଆବଶ୍ୟକତା ବିଷୟରେ ମତ ରଖିଥିଲେ। କୃଷି ଯନ୍ତ୍ରପାତିର ଉପଯୋଗ ବିଷୟରେ କୃଷି ନିର୍ବାହୀଯନ୍ତ୍ରୀ ଉପସ୍ଥିତ ଚାଷୀଭାଇଭଉଣୀଙ୍କୁ ପରାମର୍ଶ ଦେଇଥିଲେ। ଆପିକଲର ଜିଲ୍ଲା ସଂଯୋଜକ, ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଥିବା ରିହାତି ବିଷୟରେ ଆଲୋକପାତ କରିଥିଲେ। ସହକାରୀ କୃଷି ଯନ୍ତ୍ରୀ, କୃଷିଯନ୍ତ୍ରପାତି ପାଇଁ ସରକାରଙ୍କ ତରଫରୁ ମିଳୁଥିବା ରିହାତି ସମ୍ବନ୍ଧରେ ତଥ୍ୟ ରଖିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏହି କର୍ମଶାଳାରେ କ୍ଷେତ ବଂଚାଅ ଅଭିଯାନ, ପ୍ରାକୃତିକ ଚାଷର ଉପକାରିତା, ଆବଶ୍ୟକତା ଓ଼ ପଦ୍ଧତି ବିଷୟରେ ଆଲୋକପାତ କରିଥିଲେ। ସାଧନା ଟ୍ରଷ୍ଟର ମୁଖ୍ୟ ଶ୍ରୀ ଅଜିତ ମହାଭୋଇ, ପ୍ରାକୃତିକ ଚାଷ ସମ୍ପର୍କରେ ତାଙ୍କର ଅଭିଜ୍ଞତା ଓ଼ ପରିବର୍ତିତ ଜଳବାୟୁ ଯୋଗୁଁ ପ୍ରାକୃତିକ ଚାଷର ଆବଶ୍ୟକତା ବିଷୟରେ ମତ ରଖିଥିଲେ। ଏହି କର୍ମଶାଳାରେ ତେଲକୋଇ ବ୍ଲକର ରିଙ୍କି ବେହେରାଙ୍କୁ କୃଷି ସେବା କେନ୍ଦ୍ର ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ରିହାତି ରାଶି ପନ୍ଦର ଲକ୍ଷ ଅଣଷଠି ହଜାର ପାଂଚଶହ ଷୋହଳ ଟଙ୍କା ପ୍ରଦାନ କରାଯିବା ସହ ସଦର ବ୍ଲକର ପ୍ରମୋଦ କୁମାର ସାହୁ, ହରିଚନ୍ଦନପୁର ବ୍ଲକର ଦୁଃଶାସନ ସେଠୀ, ସଦର ବ୍ଲକର ଭାରତୀଲତା ଗିରି ଓ଼ ସାହାରପଡା ବ୍ଲକର ସୁରେଶ ଚନ୍ଦ୍ର ମହାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଉଦ୍ୟୋଗ ପ୍ରତିଷ୍ଠା ପାଇଁ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ କୃଷି ଜିଲ୍ଲା ଅଧିକାରୀ ଘଟଗାଁ ଶ୍ରୀମତୀ କବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ଶତାଧିକ ଚାଷୀ ଭାଇଭଉଣୀ, ସମ୍ପ୍ରସାରଣ କର୍ମୀ, ଅଧିକାରୀ ଓ଼ ବୈଜ୍ଞାନିକ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande