

ବଲାଙ୍ଗିର, ୨୪ ଜୁନ୍ (ହି.ସ.) ସ୍ଥାନୀୟ ମିଶନ ପଡ଼ିଆରେ ଗତ ୨୦ ତାରିଖ ଠୁଁ ଆରମ୍ଭ ହୋଇଥିବା ପାୟୋନିୟର ୧୯ ବର୍ଷରୁ କମ ବୟସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବଲାଙ୍ଗୀର ଜିଲ୍ଲାର ଚାରୋଟି ଦଳ ଭାଗ ନେଇଥିଲେ ପାଇନର ଟାଇଟନ୍, ୱେଷ୍ଟର୍ନ ଇଲେଭେନ୍,ସାନଭି ଏକାଡେମୀ, ପାଇନର କିଙ୍ଗ। ଯେଉଁଥିରେ ସବୁ ଦଳ ମଧ୍ୟରେ ଲିଗ୍ ଶୃଙ୍ଖଳା ଓ ପରେ ନକଆଉଟ୍ ଖେଳ ହୋଇଥିଲା। ଏଥିରେ ପାଇନର କିଙ୍ଗ ୱେଷ୍ଟର୍ନ ଇଲେଭେନ ମ୍ୟାଚରେ ୱେଷ୍ଟର୍ନ ଇଲେଭେନ ବିଜୟୀ ହୋଇଥିଲେ। ଦ୍ୱିତୀୟ ସେମିଫାଇନାଲ ପାଇନର ଟାଇଟନ୍ ବନାମ ସାନଭି ଏକାଡେମୀ ମ୍ୟାଚରେ ପାଇନର ଟାଇଟନ୍ ବିଜୟୀ ହୋଇ ଫାଇନାଲ କୁ ଉତୀର୍ଣ୍ଣ ହୋଇଥିଲା।ଆଜି ଫାଇନାଲ ଖେଳ ୱେଷ୍ଟର୍ନ ଇଲେଭେନ ପାଇନର ଟାଇଟନ୍ ମଧ୍ୟରେ ହୋଇଥିଲା। ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତି ନେଇ ୱେଷ୍ଟର୍ନ ଇଲେଭେନ ୨୦ ଓଭର ରେ ୬ ୱିକେଟ ହରାଇ ୧୭୦ ରନ୍ ର ବିଜୟୀ ଟାର୍ଗେଟ ଦେଇଥିଲେ।ଦଳୀୟ ପକ୍ଷରୁ କେହି ଆଖି ଦୃଶିଆ ରନ କରିନଥିଲେ ମଧ୍ୟ ଆୟୁଷ ମିଶ୍ର ସର୍ବାଧିକ ୩୭ ରନ୍ କରିଥିଲେ।ଅନ୍ୟପଟେ ପାଇନର ଟାଇଟନ୍ ୧୭୦ ରନ୍ ର ପିଛା କରି ୧୮ ଓଭର ରେ ୧୦୯ କରି ପରାଜିତ ହୋଇଥିଲେ। ଉଦଜାପନୀ ସମାରୋହରେ ମୁଖ୍ୟ ଅତିଥି ଜିଲ୍ଲା ବାର ଆସୋସିଏସନ୍ ସଭାପତି ବାସୁଦେବ ରଥ ଯୁଗ୍ମ କୋଷାଧକ୍ଷ ବବିତା ରାଣୀ ମିଶ୍ର ସାମିଲ ହୋଇଥିଲେ। ପାଇନର ଟାଇଟନ୍ ଦଳର ଯୋଗେଶ୍ୱର ବାଗ ଲିକ ମ୍ୟାଚ୍ ରେ ୧୫୦ ରନ୍,ସେମି ଫାଇନାଲ ମ୍ୟାଚ୍ ରେ ୯୬ ରନ୍ ପାଇଁ ତାଙ୍କୁ ମ୍ୟାନ ଅଫ୍ ଦି ସିରିଜ, ସିରିଜ ଟ୍ରଫି ପ୍ରଦାନ କରା ଯାଇଥିଲା। ସେହିପରି ତାଙ୍କ ଉଚ୍ଚ ଧରଣ ର ବ୍ୟାଟିଙ୍ଗ ପାଇଁ ବେଷ୍ଟ ବ୍ୟାଟସ ମେନ୍ ଭାବେ ପୁରସ୍କୃତ ହୋଇଥିଲେ। ଏହିପରି ଫାଇନାଲ ମ୍ୟାଚ୍ ରେ ଆୟୁଷ ମିଶ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ପାଇନର୍ ଟାଇଟନ ଦଳର ଆୟୁଷ କୁମାର ଠାକୁର ଇକୋନୋମିକାଲ ବୋଲିଙ୍ଗ ସହ ୩ ୱିକେଟ ନେଇ ବେଷ୍ଟ ବୋଲର ବିବେଚିତ ହୋଇଥିଲେ। ସବ ଜୁନିୟର ତଥା ସର୍ବ କନିଷ୍ଠ ବେଷ୍ଟ କ୍ଷେତ୍ର ରକ୍ଷଣ ଭାବେ ଅକ୍ଲେଶ କୁମାର ଠାକୁର ,ଏବଂ ଦୁଇ ସେମି ଫାଇନାଲ ମ୍ୟାଚ ରେ ଉଭୟେ ଦଳ ର ଖେଳାଳୀ ଯୋଗେଶ୍ୱର ବାଗ ଓ ୱେଷ୍ଟର୍ନ ଇଇଳେଭେନ ଖେଳାଳୀ ସ୍ୱାଧୀନ ପ୍ରଧାନ ପୁରସ୍କୃତ ହୋଇଥିଲେ। ୱେଷ୍ଟର୍ନ ଇଲେଭେନ ଦଳ ୱିନର ଟ୍ରଫି ପାୟୋନିୟର ଟାଇଟନ୍ ରନର ଟ୍ରଫି ଅତିଥି ଙ୍କ ଠୁଁ ଗ୍ରହଣ କରିଥିଲେ। ଆୟୋଜିତ ହୋଇଥିବା ସମସ୍ତ ମ୍ୟାଚ୍ କୁଲଦୀପ ସୁନା, ଶିବ ଦତ୍ତ ମାଝୀ,ଆଶୁତୋଷ ବାଗ ଭଳି ଦକ୍ଷ ଅଭିଜ୍ଞ କ୍ରିକେଟ ଖେଳାଳି ମ୍ୟାଚ୍ ଗୁଡ଼ିକ ପରିଚାଳନା କରିଥିଲେ। ସେହିପରି ୫ଦିନ ଧରି ଚାଲିଥିବା ସମସ୍ତ ମ୍ୟାଚ୍ ଜିଲ୍ଲା ପାଇନର କ୍ରିକେଟ୍ ଏକାଡେମୀ କୋଚ୍ କମ୍ ଚେୟାର ମେନ୍ ସୁଶାନ୍ତ କୁମାର ଠାକୁର ଙ୍କ ତତ୍ୱାବଧାନରେ ଆୟୋଜିତ ହେଉଥିବା ବେଳେ ବରିଷ୍ଠ ସାମ୍ବାଦିକ ଶେଖ୍ ମହମ୍ମଦ ୱାହିଦ ଙ୍କ ଉପସ୍ଥିତି ରେ ସମାପନ ହୋଇଥିଲା। ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳି ସୁଦର୍ଶନ ବାଗ ଖେଳର ସମସ୍ତ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ବହନ କରି ଆସିଥିବା ବେଳେ, ଶ୍ରୀୟା ଦିୟା ସୋନୁ ସହ ପାଇନର ଏକାଡେମୀ ର ସମସ୍ତ କ୍ରିକେଟ୍ ଖେଳାଳି ବିଶେଷ ସହଯୋଗ କରିଥିଲେ। ଆଜିର ମ୍ୟାଚ୍ରେ ପୂର୍ବତନ ଦକ୍ଷ କ୍ରିକେଟ ଖେଳାଳି ମନୋଜ ଚିନ୍ଦା, ଆଶିଷ ମିଶ୍ର, ରାମ ଭାଟି ମନ ପଣ୍ଡା, ପଟେଲ ବାବୁ,ସୁବାସ ବାବୁ,ସହ ଅଭିଭାବକ ଙ୍କ ଉପସ୍ଥିତ ରହି ଖେଳାଳିଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ