କୋଡ଼ିଏ ବର୍ଷ ତଳେ ଏକ ଧର୍ଷଣ ମାମଲାର ବିଚାର କରି ମହେଶ୍ୱର ସେଠୀ ଙ୍କୁ କୋଡ଼ିଏ ବର୍ଷ ଜେଲ ଦଣ୍ଡାଦେଶ
କେନ୍ଦୁଝର, ୨୪ ଜୁନ୍ (ହି.ସ.) ଆଜି କୋଡ଼ିଏ ବର୍ଷ ତଳେ ଏକ ଧର୍ଷଣ ମାମଲାର ବିଚାର କରି ମାନ୍ୟବର ଏଡିଜେ ପୋକସୋ ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତ ମହେଶ୍ୱର ସେଠୀ ଙ୍କୁ କୋଡ଼ିଏ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବା ବେଳେ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଦୁଇ ବର୍ଷ ଜେଲ ଦଣ୍ଡାଦ
Twenty year


କେନ୍ଦୁଝର, ୨୪ ଜୁନ୍ (ହି.ସ.) ଆଜି କୋଡ଼ିଏ ବର୍ଷ ତଳେ ଏକ ଧର୍ଷଣ ମାମଲାର ବିଚାର କରି ମାନ୍ୟବର ଏଡିଜେ ପୋକସୋ ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତ ମହେଶ୍ୱର ସେଠୀ ଙ୍କୁ କୋଡ଼ିଏ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବା ବେଳେ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

ପ୍ରକାଶ ଯେ ମହେଶ୍ୱର ସେଠୀ ନେସ୍କୋ ରେ ଜେଇ ଭାବେ କାର୍ଯ୍ୟ କରିଥିଲା ବେଳେ ୨୦୦୬ ମସିହାରେ ଜଣେ ମହିଳାଙ୍କୁ ଧର୍ଷଣ କରିଥଲେ। ଏହାକୁ ଲୁଚାଇବାକୁ ଯାଇ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଧରି ବିଭିନ୍ନ ସ୍ଥାନରେ ରଖି ଧର୍ଷଣ କରିଥଲେ। ମହେଶ୍ୱର ସେଠୀ ମହିଳା ଜଣଙ୍କୁ ଠକୁଥିବା ଜାଣି ତେଲକୋଇ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା ନେଇ ମହେଶ୍ୱର ଜିଲ୍ଲା କୋର୍ଟ ରୁ ସୁପ୍ରିମକୋର୍ଟକୁ ଯାଇଥିଲେ। ସୁପ୍ରିମ କୋର୍ଟର ତ୍ୱତାବଧନ ରେ ହାଇକୋର୍ଟ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୂ ଜିଲ୍ଲା କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଜିଲ୍ଲା ଏଡିଜେ ପୋକସୋ ଫାଷ୍ଟଟ୍ରାକ କୋର୍ଟ ଏହାର ବିଚାର କରି ଆଠ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ମହେଶ୍ୱରଙ୍କୁ ୩୭୬ ଧାରାରେ ଏହି ରାୟ ଶୁଣାଇ ଛନ୍ତି।

ଏହି ଘଟଣା ଘଟିବାର କୋଡିଏ ବର୍ଷ ହୋଇ ଯାଇଥିଲା ବେଳେ ନିଜେ ପୀଡ଼ିତା ମୃତ୍ୟୁ ବରଣ କରିଥିବା ବେଳେ କିଛି ସାକ୍ଷୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।

ଏହି ମାମଲାରେ ପୀଡ଼ିତାଙ୍କ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଭାବେ ପାଂଚ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ନ୍ୟାୟିକ ବୋର୍ଡକୁ ଦେଲେ ଆଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ଏହି ବିଚାରଟି ଜିଲ୍ଲା ଡେପୁଟି ଡାଇରେକ୍ଟର ପ୍ରସ୍ୟୁକୁସନ ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ବେଳେ ସରକାରୀ ଓକିଲ ପତିତପାବନ ନାଥ ପରିଚାଲନା କରିଥିଲେ ।

----------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande