ହୋଟେଲରେ ପରଷାଯାଉଛି ବାସିଖାଦ୍ୟ, ଖାଦ୍ୟ ସୁରକ୍ଷା ବିଭାଗ ନିଦାବିଷ୍ଣୁ
ଜୟପୁର,୨୪ ଜୁନ୍ (ହି.ସ.) - କୋରାପୁଟ ଜିଲାରେ ହୋଟେଲ ରେ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲାର ଜୟପୁର , ସେମିଳିଗୁଡା, କୋରାପୁଟ, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା, କୁନ୍ଦୁରା ଅଂଚଳରେ ଛତୁ ଫୁଟିବା ଭଳି ହୋଟେଲ, ରେଷ୍ଟରାଂଟ ଗଢି ଉଠୁ
ହୋଟେଲରେ ପରଷାଯାଉଛି ବାସିଖାଦ୍ୟ ଦ୍ଭ ଖାଦ୍ୟ ସୁରକ୍ଷା ବିଭାଗ ନିଦାବିଷ୍ଣୁ ଦ୍ଭ ଯାଞ୍ଚ ପାଇଁ ସାଧାରଣରେ ଦାବି


ଜୟପୁର,୨୪ ଜୁନ୍ (ହି.ସ.) - କୋରାପୁଟ ଜିଲାରେ ହୋଟେଲ ରେ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲାର ଜୟପୁର , ସେମିଳିଗୁଡା, କୋରାପୁଟ, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା, କୁନ୍ଦୁରା ଅଂଚଳରେ ଛତୁ ଫୁଟିବା ଭଳି ହୋଟେଲ, ରେଷ୍ଟରାଂଟ ଗଢି ଉଠୁଛି । ବର୍ଷା ଦିନ ଆରମ୍ଭ ହୋଇ ଫାଇଥିବା ବେଳେ ତୁରନ୍ତ ପ୍ରଶାସନ ଚଢାଉ କରିବା ପାଇଁ ଜିଲା ବାସୀ ଦାବି କରିଛନ୍ତି । ବର୍ତମାନ ଜିଲାରେ ବାସୀ ଖାଦଯ ପରସା ଫାଉଥିବା ବେଳେ ଆଗକୁ ଝାଡିବାନ୍ତି ହେବା ଆଶଙ୍କା ଦେଖାଫାଇଛି ।

ସେଠାରେ ଗ୍ରାହକଙ୍କ ଭିଡ଼ ବି ଜମୁଛି । ଖାଦ୍ୟ ଆଳରେ କିନ୍ତୁ ସେମାନଙ୍କୁ ଜହର ପରଷା ଯାଉଛି । ପ୍ରତିଦିନ ଗ୍ରାହକଙ୍କ ବିଶ୍ୱାସ ସହ ହୋଟେଲ ଓ ରେଷ୍ଟରାଂଟ କର୍ତୃପକ୍ଷ ଖେଳୁଥିବା ବେଳେ ଖାଦ୍ୟ ସୁରକ୍ଷା ବିଭାଗ ନିଘୋଡ଼ ନିଦରେ ଶୋଇ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅଭିଯୋଗ ହେଲେ କାଁ ଭା ଚଢାଉ କରି ନିଜ ଦାୟିତ୍ୱ ତୁଲାଇ ଦେଉଛି ପ୍ରଶାସନ । ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁ କୋଣରୁ କୋରାପୁଟ ଜିଲା ରୁ ପରିଦର୍ଶନ କରିବାକୁ ଆସି ଅଂଚଳର ବିଭିନ୍ନ ହୋଟେଲରେ ଖାଦ୍ୟ ଖାଉଛନ୍ତି । ମାତ୍ର ହୋଟେଲ କର୍ତୃପକ୍ଷ ବାହ୍ୟ ଚକାଚକ୍ୟକୁ ଗୁରୁତ୍ୱ ଦେଉଥିବା ବେଳେ ଖାଦ୍ୟ ପ୍ରସ୍ତୁତି ଦିଗରେ ଯତ୍ନବାନ ହେଉନାହାନ୍ତି । ଫଳ ସୁରୂପ ପ୍ରତିଦିନ ଗ୍ରାହକ ଟଙ୍କା ଦେଇ ବାସି ଓ ଅପମିଶ୍ରିତ ଖାଦ୍ୟ ଖାଉଛନ୍ତି । ଅଂଚଳରେ ଶତାଧିକ ହୋଟେଲ ଅଛି । ଅନେକ ହୋଟେଲ ରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ଅତ୍ୟନ୍ତ ନିମ୍ନମାନର । ସବୁଠାରୁ ବଡ଼ କଥା ହେଉଛି ସ୍ଥାନୀୟ ଅଂଚଳରେ କିଛି ନାଁ କରିଥିବା ହୋଟେଲ ଗୁଡିକରେ ପ୍ରତିଦିନ ବାସି ଖାଦ୍ୟ ଗ୍ରାହକଙ୍କୁ ପରଷୁଛନ୍ତି । ଯାହାର ପ୍ରମାଣ ସୁରୂପ ଯଦି ଖାଦ୍ୟ ନିରାପତା ବିଭାଗ ଅଚାନକ ସକାଳୁ ଆସି ହୋଟେଲରେ ଥିବା ରେଫ୍ରିଜେଟର କିମ୍ବା ଫ୍ରିଜ ଯାଂଚ କରିବେ ସତ୍ୟାସତ୍ୟ ସାମ୍ନାକୁ ଆସିବ । ଖାଦ୍ୟ ଗ୍ରାହକଙ୍କୁ ପରଷୁଛନ୍ତି, ବିଶ୍ୱାସରେ ଗ୍ରାହକ ଏହାକୁ ଖାଉଛନ୍ତି । କେବଳ ବାସି ଖାଦ୍ୟ ନୁହେଁ, ଖାଦ୍ୟ ପ୍ରସ୍ତୁତ ସ୍ଥାନ ଉପରେ ନ କହିବା ଭଲ । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି । ମାସେ କିମ୍ବା ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏଭଳି କାର୍ଯ୍ୟ ହୋଇ ଆସୁଛି । ଜିଲାର ବିଭିନ୍ନ ଅଂଚଳରେ କିଛି ଦିନ ପୂର୍ବେ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଯାଂଚ ହୋଇଥିଲା । କିନ୍ତୁ ନିୟମିତ ବ୍ୟବଧାନରେ ଯାଂଚ ହେଉନଥିବାରୁ ଅନେକ ହୋଟେଲରେ ଖୁଲମ ଖୁଲ୍ଲା ବାସି ଖାଦ୍ୟ ବିକ୍ରି କରୁଛନ୍ତି । ସ୍ଥାନୀୟ କିଛି ବ୍ୟକ୍ତି ବିଶେଷ କହିଛନ୍ତି, ବଡ଼ ବଡ଼ ହୋଟେଲ ମାଲିକ ଙ୍କ ସହ ଖାଦ୍ୟ ସୁରକ୍ଷା ବିଭାଗର ମଧୁଚନ୍ଦ୍ରିକା ରହିଛି । ଯେଉଁଥି ପାଇଁ ଅଭିଯୋଗ ସତ୍ୱେ ବିଭାଗ ସେଠାରେ ନିୟମିତ ବ୍ୟବଧାନରେ ଖାଦ୍ୟର ମାନ ଯାଂଚ ନ କରି ଚୁପ ବସିଛି । ସ୍ଥାନୀୟ ଅଂଚଳ ବାସୀ ଦାବୀ କରିଛନ୍ତି ସ୍ୱତନ୍ତ୍ର ଟିମ୍ ଅଚାନକ ବିଭିନ୍ନ ହୋଟେଲ ଯାଂଚ କଲେ ବାସି ଖାଦ୍ୟର ସତ୍ୟାସତ୍ୟ ଜଣାପଡିବ ବୋଲି ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande