

କନ୍ଧମାଳ , ୨୫ ଜୁନ୍ (ହି.ସ.) କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ୨୮ତମ ପ୍ରତିଷ୍ଠା ଦିବସ ବିଭିନ୍ନ ସ୍ଥାନରେ ସମ୍ପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରକଳ୍ପର କର୍ମଚ।।ରୀ ମାନେ ସାମିଲ ହୋଇ ୨୭ ବର୍ଷର ଯାତ୍ରାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଚେଷ୍ଟା କରାଯାଇଥିଲା । କନ୍ଧମାଳ ଜିଲ୍ଲାର ବିକାଶ ରେ ସ୍ୱାତୀ ଭଳି ଅନୁଷ୍ଠାନ ମାନଙ୍କର ଗୁରୁଦାୟିତ୍ୱ ଯଥେଷ୍ଟ ଅଧିକ ରହିଛି ବୋଲି ସାଧାରଣରେ ଚର୍ଚା ଓ ଆଲୋଚନା ହେଉଥିବାର ଦେଖାଯାଇଥିଲା । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ସ୍ଥାନୀୟ ଲୋକପ୍ରତିନିଧି ଓ ସରକାରି ଅଧିକାରି ମାନେ ଏହି ଅନୁଷ୍ଠାନ ଓ ତାଙ୍କର କର୍ମୀ ଏବଂ ପରିଚାଳନା ପରିଷଦ କରିଥିବା ରୂପାନ୍ତର ନିଶ୍ଚିତ ପ୍ରଶଂଶନୀୟ ବୋଲି କହିବା ସହ ଆଗାମିଦିନ ଗୁଡିକରେ ମଧ୍ୟ ଜାରି ରଖିବେ ବୋଲି ଆଶା ପ୍ରକଟ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମୀ ମାନେ ବିଭିନ୍ନ ସମାଜ ସେବାରେ କିପରି ଅନୁଷ୍ଠାନ ର ଆନ୍ତରିକତା ଓ ସକ୍ରିୟ ଯୋଗଦାନ ଆଗକୁ ବଳିଷ୍ଠ ରହିବ ତାହା ଲୋକ ମାନଙ୍କୁ ଜଣାଇଥିଲେ । ଆଗକୁ ଏକ ସପ୍ତାହ ଧରି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ ବୋଲି ଅନୁଷ୍ଠାନ ର ସମ୍ପାଦକ ସୂଚନା ଦେଇଥିଲେ । ଐହି ପରିପ୍ରେକ୍ଷିରେ କାର୍ଯ୍ୟକ୍ରମ ଗୁଡିକରେ ଗ୍ରାମାଂଚଳରେ ସାମଜ ପାଇଁ ଉତ୍ସର୍ଗିକୃତ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଉଛି । ସେହିପରି ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିବା ଅଧିକାରି ମାନେ ତାଙ୍କ ବକ୍ତବ୍ୟ ରେ ସାମାଜିକ ଅନୁଷ୍ଠାନ ମାନଙ୍କ ର ନିଷ୍ଠାପରତା ଆଜି ସ୍ୱାତୀ ତାର ୨୭ ବର୍ଷ ପୁର୍ତୀ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି କହିଥିଲେ । ସେହିପରି ଭଞନଗର ଠାରେ ସ୍ୱାତୀ ଅନୁଷ୍ଠାନ ଓ କବି ସମ୍ରାଟ ଉପେନ୍ଦ୍ର ଭଞ ମୋହାବିଦ୍ୟାଳୟ ର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୩୦ ଜଣ ରକ୍ତ ଦାନ କରି ଆଉ ଏକ ଜିବନ ବଂଚିବାର ଆଶା ଉଦ୍ଜିବିତ କରିଥିଲେ । ଏହି ଶିବିର କୁ ଭଞନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦ୍ଘାଟନ କରିଥିବା ବେଳେ ଭଞନଗର ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାର ର କର୍ମକର୍ତା ମାନେ ପରିଚାଳନା କରିଥିଲେ । ସମ୍ପାଦକ ହରି ଶଙ୍କର ରାଉତ ,ଗିରିଶ ଚନ୍ଦ୍ର ସାମଲ ଓ ବିଶ୍ୱରଞ୍ଜନ କର ପ୍ରମୁଖ ପରିଚାଳନା କରିଥିଲେ ।
-------------------
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ