
ଉମରକୋଟରେ ବିଜେପିର ମହା ମିଶ୍ରଣ ପର୍ବ ଅନୁଷ୍ଠିତଭୁବନେଶ୍ୱର, ୨୫ ଜୁନ୍ (ହି.ସ)- ଉମରକୋଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଗୁରୁବାର ଦିନ ବିଜେପିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଉମରକୋଟ ନିର୍ବାଚନ ମଣ୍ଡଳୀର ଶତାଧିକ ଅନ୍ୟ ଦଳର ତୁଙ୍ଗ ନେତା ଓ କର୍ମୀ ଏବଂ ନୂତନ ଭାବରେ ରାଜନୀତିରେ ପାଦ ଥାପିଥିବା କାର୍ଯ୍ୟକର୍ତା ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଦ୍ମ ଧରିଛନ୍ତି।
ଏହି ମିଶ୍ରଣ ପର୍ବରେ ଯୋଗ ଦେବା ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି କେନ୍ଦ୍ର ଓ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ସୁଶାସନ ଓ ଅନେକ ଉପଲବ୍ଧି ହାସଲ କରିଛି। କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ସରକାର ସଫଳତାପୂର୍ବକ ୧୨ ବର୍ଷ ପୂରଣ କରିଥିବା ବେଳେ ଓଡ଼ିଶାରେ ବିଜେପିର ସରକାର ଦୁଇ ବର୍ଷ ପୂରଣ କରିଛି। ଏହି ସଫଳତା ସମସ୍ତଙ୍କୁ ଅନୁପ୍ରାଣିତ କରିବା ସହ ଆମ ଦଳର ଆଦର୍ଶ ସମସ୍ତଙ୍କୁ ଏହି ଦଳ ଆଡ଼କୁ ଟାଣିଛି।
ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟକର୍ତାଙ୍କୁ ନିର୍ମାଣ କରାଯାଏ। ଲୋକଙ୍କ ସେବକ ଭାବରେ ଲୋକଙ୍କ ସେବା ସହିତ ଦେଶ ସେବାରେ ନିୟୋଜିତ ହେବାକୁ ପଡ଼େ। ଶୃଙ୍ଖଳା ଓ ଆଦର୍ଶକୁ ପାଥେୟ କରି ସମସ୍ତେ ଆଗକୁ ବଢ଼ନ୍ତି; ଏଠି ସମସ୍ତେ କର୍ମୀ, କେହି ବଡ଼ ନେତା ନୁହନ୍ତି। ଏହି ନୀତି ଓ ଆଦର୍ଶ ସବୁଠୁ ନିଆରା, ଯାହା ଅନ୍ୟ କୌଣସି ଦଳରେ ଦେଖିବାକୁ ମିଳେ ନାହିଁ। ବିଜେପିର ଚିନ୍ତାଧାରାକୁ ଭଲପାଇ ଆମ ଦଳକୁ ଆସିଥିବା ସମସ୍ତଙ୍କୁ ମୁଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଆପଣମାନଙ୍କ ନେତୃତ୍ୱରେ ଆମ ଦଳ ଆଗକୁ ବଢ଼ିବ ଏବଂ ନିର୍ବାଚନ ରଣାଙ୍ଗନରେ ବିଜୟ ସହିତ ଜନତାଙ୍କ ସେବାକୁ ପ୍ରାଧାନ୍ୟ ମିଳିବ।
.......,
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା