ବିଏମ୍ସି ପକ୍ଷରୁ ସହରାଂଚଳ ଜନସଂପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୨୫ ଜୁନ୍ (ହି.ସ)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ବିକାଶ ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ରାଜ୍ୟସ୍ତରୀୟ ସହରାଂଚଳ ଜନସଂପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ବିଏମ୍ସିର ୩ଟି ଜୋନ୍
bmc


ଭୁବନେଶ୍ୱର, ୨୫ ଜୁନ୍ (ହି.ସ)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ବିକାଶ ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ରାଜ୍ୟସ୍ତରୀୟ ସହରାଂଚଳ ଜନସଂପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ବିଏମ୍ସିର ୩ଟି ଜୋନ୍ ର ୬ଟି ସ୍ଥାନରେ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ସ୍ୱଚ୍ଛ କର୍ମୀ, ସଫେଇ ଗାଡ଼ି ଚାଳକ, ଆବାସିକ ସଂଗଠନ, ବହୁଳ ବର୍ଜ୍ୟ ଉତ୍ପନ୍ନକାରୀ, ସର୍ବାଧିକ ହୋଲ୍ଡିଂ ଟାକ୍ସ ପ୍ରଦାନକାରୀ, ଗୋଷ୍ଠୀ ସଂଗଠକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ, ରାସ୍ତା ପାର୍ଶ୍ୱ ବ୍ୟବସାୟୀ ଏବଂ ବରିଷ୍ଠ ନାଗରିକଙ୍କୁ ମିଶାଇ ମୋଟ ୩୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଏମସି କମିଶନର ଚଂଚଲ ରାଣା , ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande