
Bhubaneswar, 25 ଜୁନ୍ (ହି.ସ.)
ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍ ଲିମିଟେଡ୍ ଏବଂ ଏସଏଲଡିସିର ୧୨ ଜଣ ଅଧିକାରୀଙ୍କୁ ଜର୍ମାନୀ ଗସ୍ତ ପାଇଁ ପ୍ରାୟ ୫୭.୬୦ ଲକ୍ଷ ଟଙ୍କା ବ୍ୟୟ କରିବା ପ୍ରସ୍ତାବକୁ ନେଇ କର୍ମଚାରୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରମିକ ସଂଘ ପକ୍ଷରୁ ଏହି ପ୍ରସ୍ତାବକୁ ଅନାବଶ୍ୟକ ଏବଂ ଅପ୍ରାଥମିକ ଖର୍ଚ୍ଚ ବୋଲି ଅଭିହିତ କରାଯାଇଛି।
ସଂଘର କହିବା ଅନୁସାରେ, ଙଚଞଉଖରେ ବହୁ ପଦବୀ ଦୀର୍ଘ ଦିନ ଧରି ଖାଲି ପଡ଼ିରହିଛି, କର୍ମଚାରୀଙ୍କ ପଦୋନ୍ନତି, ମୌଳିକ ସୁବିଧା, କାର୍ୟ୍ୟସ୍ଥଳର ଉନ୍ନତି ଏବଂ କର୍ମଚାରୀ କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକ ଦୀର୍ଘଦିନ ଧରି ଅଣଦେଖା ହୋଇ ରହିଛି। ଏପରି ସ୍ଥିତିରେ କେବଳ ୧୨ ଜଣ ଅଧିକାରୀଙ୍କ ବିଦେଶ ଗସ୍ତ ପାଇଁ ୫୭.୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଜନସାଧାରଣଙ୍କ ଅର୍ଥର ଅପବ୍ୟୟ ବୋଲି ସଂଘ ଅଭିଯୋଗ କରିଛି।ସେହିପରି କର୍ମଚାରୀଙ୍କ ରି-ଆରେଞମୈଣଟ ଏପର୍ୟ୍ୟନ୍ତ ୧୬ ଲକ୍ଷ ଟଙ୍କା ପାଇ ହୋଇପାରିନି।ସେହିପରି ଭାରତର ପ୍ରଧାନ ମନ୍ତ୍ରୀ କଡାତାଗିଦ ବିଦେଶ ଗସ୍ତ ନକରିବାପାଇ।
ସଂଘ ପକ୍ଷରୁ କୁହାଯାଇଛି ଯେ, ଯଦି ଏହି ଅର୍ଥ କର୍ମଚାରୀ କଲ୍ୟାଣ, ଖାଲି ପଦବୀ ପୂରଣ, ବିଦ୍ୟୁତ ସେବାର ମାନୋନ୍ନତି ଏବଂ ଆବଶ୍ୟକ ଭିତ୍ତିଭୂମି ବିକାଶରେ ବ୍ୟୟ କରାଯାଏ, ତେବେ ସଂସ୍ଥା ଏବଂ ଉପଭୋକ୍ତା ଉଭୟ ଲାଭାନ୍ବିତ ହେବେ। ପୂର୍ବ ରୁ ମଧ ଜର୍ମାନ ଜାଇଥିଲେ ଓପିଟିସିଏଲ କି ଗ୍ଦକ୍ଷୟମ ର ଗୋଟିଏ ଟଙ୍କାର ଉପକାର ହୋଇନି।ଏପରି ଚାଲିଲେ ଓପିଟିସିଏଲ ବୁଡିଜିବ।ଜଦି ଶିକ୍ଷାଭାର ଅଛି ତେବେ ଆଇ.ଆଇ.ଟି, ପାଓବାର ଗ୍ରିଡ, ଓପିଜିସିର ମଧ ଟ୍ରେନିଙ୍ଗ ନେଇପାରିବେ।ବର୍ତ୍ତମାନ ଆର୍ଥିକ ସକଂଟାପନ୍ନ ସମୟରେ ଜର୍ମାନ ଜିବାକୁ ସମ୍ପୁର୍ଣ ,ଆଡଭୋକେଟ, ଓଡିଶା ହାଇକୋର୍ଟ ତଥା ରାଷ୍ଟ୍ରିୟ ମଜଦୁର କଂଗ୍ରେସ ର ଜୁଗମ ସାଧାରଣ ସମ୍ପାଦକ ଓ ସାଧାରଣ ସମ୍ପାଦକ ନିଖିଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ବିରୋଧ କରିବା ସହିତ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ , ଶକ୍ତିଶଚିବ, ଶକ୍ତିମନ୍ତ୍ରୀ, ଆଡିସନାଲ ସେକ୍ରଟେରି, ମୁଖ୍ୟ ସାସନକୁ ଚିଠି କରି ବିରୋଧ କରିଛନ୍ତି। ଏବେ ଜେପରି ଓପିଟିସିଏଲ ପରିଚାଳିତ ହେଉଛି ଆଗାମି ଦିନ ରେ ନିଶ୍ଚିତ ଭୁଷୁଡି ପଡିବ ବୋଲି ବହୁ ଦକ୍ଷ ଇଞ୍ଜିନିୟର ପ୍ରକାଶ କଲେଣି ମଧ୍ୟ। ଆହୁରି ମଧ୍ୟ ଶ୍ରୀ ତ୍ରିପାଠୀ କହିଛନ୍ତି ଆଗରୁ ଯେତେ ବିଦେଶ ଗସ୍ତ ହେଇଛି ସେଥିରେ କଣ ଫଳ ମିଳିଛି?
ଙଚଞଉଖ ଇଞ୍ଜିନିୟର ମାନେ ଅତୀତରେ ଜାପାନ, ନରେୱେ ପ୍ରଭୁତି ରାଷ୍ଟ୍ର କୁ ଗସ୍ତରେ ଯାଇଥିଲେ । ସେମାନଙ୍କୁ କେଉଁ ଉଦ୍ଦେଶ୍ୟରେ ପଠା ଯାଇଥିଲା ଓ ସେଠାରୁ ଫେରିଲା ପରେ କଣ ଉନ୍ନତି ସାଧିତ ହେଲା, ବିଶେଷ କରି, ଝଖଊଉ ରେ କାମ କରିଥିବା ଅଧିକାରୀ ମାନେ ଦଳ ଦଳ ହୋଇ ଫ୍ରାନ୍ସ ଯାଇଥିଲେ କଣ ପାଇଁ ଯାଇଥିଲେ ଓ ଫେରିଲା ପରେ ସେମାନଙ୍କ ଦ୍ୱାରା କେଉଁ ଉଦ୍ଦେଶ୍ୟ ସାଧନ ହେଲା? ଏହାଦ୍ବାରା ଏବେକାର ଗସ୍ତର ଉଦ୍ଦେଶ୍ୟ କଣ? କଣ ସବୁ ଶିଖିବେ ? ଏହା ଙଚଞଉଖ ର କେଉଁ କାମରେ ଲାଗିବ? ଯେଉଁ ମାନେ ଯିବେ ସେମାନଙ୍କୁ କେଉଁ ଆଧାର ରେ ଚୟନ କରା ଯାଇଛି ? ଶ୍ରମିକ ସଂଘ ରାଜ୍ୟ ସରକାର ଏବଂ ଶକ୍ତି ବିଭାଗଙ୍କୁ ଏହି ପ୍ରସ୍ତାବକୁ ତୁରନ୍ତ ବାତିଲ କରିବାକୁ ଦାବି କରିଛି। ସଂଘ ସତର୍କ କରିଛି ଯେ, ଯଦି ଏହି ବ୍ୟୟକୁ ଅନୁମୋଦନ ଦିଆଯାଏ, ତେବେ ଏହାକୁ ଜନସାଧାରଣଙ୍କ ଅର୍ଥର ଦୁରୁପଯୋଗ ଭାବେ ଗଣାଯିବ ଏବଂ ଶ୍ରମିକ ବର୍ଗ ଏହା ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା