ବିକାଶ ଧାରା, ଓଡ଼ିଆ ସାରା କାର୍ଯ୍ୟକ୍ରମ ଉଦଯାପିତ
କେନ୍ଦ୍ରାପଡା, ୨୫ ଜୁନ୍ (ହି.ସ.)- ସରକାରଙ୍କ ଦ୍ବିତୀୟ ବର୍ଷ ପୃର୍ତୀ ପାଳନ ଅବସରରେ ଦୀର୍ଘ ସାତ ଦିନ ଧରି ଗରଦପୁର ବ୍ଲକରେ ଚାଲିଥିବା ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ଏନେଇ ବ୍ଲକ କାର୍ୟ୍ୟାଳୟ ପରିସରରେ ଆୟୋଜିତ ଉଦଯାପିତ ସଭାରେ ବିଡ଼ିଓ ଆଲୋକ କୁମାର ସେଠୀଙ୍କ ପୈ।ରହି
ବିକାଶ ଧାରା ,ଓଡ଼ିଆ ସାରା କାର୍ୟ୍ୟକ୍ରମ ଉଦଯାପିତ


କେନ୍ଦ୍ରାପଡା, ୨୫ ଜୁନ୍ (ହି.ସ.)- ସରକାରଙ୍କ ଦ୍ବିତୀୟ ବର୍ଷ ପୃର୍ତୀ ପାଳନ ଅବସରରେ ଦୀର୍ଘ ସାତ ଦିନ ଧରି ଗରଦପୁର ବ୍ଲକରେ ଚାଲିଥିବା ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ଏନେଇ ବ୍ଲକ କାର୍ୟ୍ୟାଳୟ ପରିସରରେ ଆୟୋଜିତ ଉଦଯାପିତ ସଭାରେ ବିଡ଼ିଓ ଆଲୋକ କୁମାର ସେଠୀଙ୍କ ପୈ।ରହିତରେ ସ୍ଵାସ୍ଥ୍ୟ, ଶ୍ରମ, ପ୍ରାଣୀ ସମ୍ପଦ ଓ ପଶୁ ପାଳନ, ଶିଶୁ ବିକାଶ, ଜୀବିକା ମିଶନ, ସୁଭଦ୍ରା ଶକ୍ତି, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ଓ ଯୋଗାଣ ବିଭାଗର ଅଧିକାରୀ ଓ ଅଧିକାରିଣୀ ମାନେ ଯୋଗଦେଇ ସରକାରଙ୍କ ଜନହିତକର ଓ ସଫଳତା ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଅଭିଷେକ ନନ୍ଦୀ ଓ ଶଶୀ ରେଖା ଦାସ ଯୋଗଦେଇ ସରକାରଙ୍କ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ, ବୟୋବଦନା ଯୋଜନା, ସୁସ୍ଥ ମା ସୁସ୍ଥ ଶିଶୁ, ଅମ୍ଳାନ ଓ ନିଶା ନିବାରଣ ଉପରେ ଆଲୋଚନା କରିଥିବା ବେଳେ ଚିହ୍ନଟ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ପ୍ରଦାନ କରିଥିଲେ। ସେହିପରି ଶ୍ରମ ଅଧିକାରୀ କନିଷ୍ଠ ନାରାୟଣ ଶ୍ରମିକ ଓ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ଶ୍ରମିକ କାର୍ଡ ପ୍ରଦାନ କରିଥିଲେ। ଏହାଛଡା ନିର୍ମାଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ହେଲେ ସରକାର ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି । ଏହାଛଡା ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ପାଇଁ ୫୦ ହଜାର ଟଙ୍କା ଦେବା, ପାଠପଢ଼ା ବାବଦକୁ ୪୦ ହଜାର ଟଙ୍କା ସରକାର ସହାୟତା ରାଶି ପ୍ରଦାନ କରୁଛନ୍ତି ବୋଲି କହିଥିଲେ।

ଏହି ଅବସରରେ ଉପସ୍ଥିତ ଥିବା ବ୍ଲକ ପ୍ରାଣୀ ସମ୍ପଦ ଓ ପଶୁପାଳନ ଅଧିକାରୀ ନିର୍ମାଲ୍ୟ ପତି ଯୋଗଦେଇ ମୁଖ୍ୟମନ୍ତ୍ରୀ ପଶୁଚିକିତ୍ସା ଭ୍ରାମ୍ୟମାଣ ଗାଡ଼ି ସହ କାମଧେନୁ ଯୋଜନା, ମାଇ ବାଛୁରୀ ଓ କୁଜି ମେଣ୍ଢା ପାଳନ ଓ ବିଭିନ୍ନ ରୋଗ ନିରାକରଣ ଓ ଏହାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସଫଳ ଚାଷୀ କୁମର ପାଣି ଓ କୃପାସିନ୍ଧୁ ସେନାପତିଙ୍କୁ ୠଣ ପ୍ରଦାନ ସହ ସମ୍ମାନୀତ କରିଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲଛମନ ମୁର୍ମୁ ଯୋଗଦେଇ ପୋଷଣ ଅଭିଜାନ, ଗର୍ଭବତୀ ଓ କିଶୋରୀ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀ ପୁଷ୍ଟିକର ଖାଦ୍ୟ ଯୋଜନା ଓ ମମତା ଓ ସର୍ବୋପରି ସରକାରଙ୍କ ସୁଭଦ୍ରା ଯୋଜନାର ସଫଳତା ସମ୍ପର୍କରେ ଅବତାରଣା କରିଥିବା ବେଳେ ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ ଫୋନ ବଣ୍ଟନ କରିଥିଲେ। ଜୀବିକା ମିଶନ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିବା ସହ ସେମାନଙ୍କ ସଫଳତା ଓ ସ୍ବାବଲମ୍ବୀ ଦିଗରେ ବିଭାଗୀୟ ଅଧିକାରିଣୀ ପ୍ରୀୟଦର୍ଶନୀ ସାହାଣୀ ନିଜ ବକ୍ତବ୍ୟରେ କହିବା ସହ ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ। ସେହିପରି ସୁଭଦ୍ରା ଶକ୍ତି ଅଧିକାରୀ କୈଳାସ ବାରିକ ଯୋଗଦେଇ ବ୍ଲକ ମା ଓ ଭଉଣୀ ମାନେ କିଭଳି ଯୋଜନାର ଲାଭ ଉଠାଇ ସ୍ବାବଲମ୍ବୀ ହୋଇଛନ୍ତି କହିଥିଲେ। ଯୋଗାଣ ଅଧିକାରିଣୀ ପ୍ରିୟଙ୍କା ସାହୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ସରକାର କିପରି ମୁଣ୍ଡପିଛା ୧୦ କିଲୋ ଚାଉଳ ପ୍ରଦାନ କରୁଛନ୍ତି କହିବା ସହ ଅନ୍ନପୂର୍ଣ୍ଣା କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ ।

ଏହି ଅବସରରେ ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ଉପସଭାପତି ବିଜୟ କୁମାର ନାୟକ ଅତିଥି ଭାବେ ଯୋଗଦେଇ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ମୋଦି ସରକାର ଓ ରାଜ୍ୟରେ ଥିବା ବିଜେପି ସରକାରର ଭିତ୍ତିଭୂମି, ଶିଳ୍ପ, ରାସ୍ତା ଓ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଅବତାରଣା କରିଥିବା ବେଳେ ପାଟକୁରା ବିଧାୟକଙ୍କ ପ୍ରତିନିଧି ଭାବେ ବାସୁଦେବ ବେହେରା, ଅନ୍ୟତମ ଅତିଥିଭାବେ ଯୋଗଦେଇ ସରକାରଙ୍କ ସଫଳତା ଓ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ। ଏହି ଅବସରରେ ହିତାଧିକାରୀ ଙ୍କୁ ଅନ୍ତଦ୍ବୟ ଗୃହ, ରାସନ୍ କାର୍ଡ, ଅନ୍ନପୂର୍ଣ୍ଣା କାର୍ଡ, ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ହେବା ସହ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଷ୍ଟଲ୍ ଖୋଲି ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥିଲା।

ଶେଷରେ ବ୍ଲକ ଅତିରିକ୍ତ ବିଡ଼ିଓ ସଞ୍ଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅର୍ଥ ଅଧିକାରୀ ସୁଦର୍ଶନ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଚୈତନ୍ୟ ବିଶ୍ବାଳ, ଯୋଗାଣ କର୍ମଚାରୀ ପ୍ରମୋଦ ରାଉତ୍ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande