ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 25 ଜୁନ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇ ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ


ଭୁବନେଶ୍ୱର, 25 ଜୁନ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇ ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ ଚଳଚ୍ଚିତ୍ର ଓ ବ୍ୟକ୍ତିବିଶେଷମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣମାନଙ୍କର ଏହି ସାରସ୍ୱତ ସାଧନା ଆମ ସିନେମା ଜଗତ ପାଇଁ ଗର୍ବର ବିଷୟ। ଓଡ଼ିଶାର କଳା, ସଂସ୍କୃତି ଓ ସମୃଦ୍ଧ ପରମ୍ପରା ଅତ୍ୟନ୍ତ ବ୍ୟାପକ। ମୋର ବିଶ୍ୱାସ, ଆମ ମାଟିର ଏହି ଅନନ୍ୟ ଐତିହ୍ୟ ଏବଂ ମୌଳିକ କାହାଣୀକୁ ନେଇ ଆଗାମୀ ଦିନରେ ଏହିପରି ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ ହେବ। ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ସମସ୍ତ ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ ଓ କଳାକାରମାନେ ଆମ ମାଟିର କାହାଣୀକୁ ନେଇ ନୂତନ ପ୍ରୟାସ କରନ୍ତୁ ଏବଂ ଓଡ଼ିଆ ସିନେମାକୁ ସମୃଦ୍ଧ କରନ୍ତୁ। ସମସ୍ତ ପୁରସ୍କାର ବିଜେତାଙ୍କ ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande