ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ ଅଧ୍ୟକ୍ଷଙ୍କ କୋରାପୁଟ ଜିଲା ଗସ୍ତ
ଜୟପୁର, ୨୫ ଜୁନ୍ (ହି.ସ.)- ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ ଅଧ୍ୟକ୍ଷ ସରୋଜ ପ୍ରଧାନଙ୍କ ଆଜି କୋରାପୁଟ ଜିଲା ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ଗସ୍ତ ଅବସରରେ ସେ ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ପହଞ୍ଚି ଥିଲେ । ସେଠାରେ ଜିଲା କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଥିଲା । ଏହି ଗସ୍ତ ଅବସରରେ ଜ
ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ ଅଧ୍ୟକ୍ଷଙ୍କ କୋରାପୁଟ ଜିଲା ଗସ୍ତ


ଜୟପୁର, ୨୫ ଜୁନ୍ (ହି.ସ.)- ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ ଅଧ୍ୟକ୍ଷ ସରୋଜ ପ୍ରଧାନଙ୍କ ଆଜି କୋରାପୁଟ ଜିଲା ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ଗସ୍ତ ଅବସରରେ ସେ ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ପହଞ୍ଚି ଥିଲେ । ସେଠାରେ ଜିଲା କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଥିଲା । ଏହି ଗସ୍ତ ଅବସରରେ ଜିଲା ପଛୁଆ ବର୍ଗ ବିଭାଗର ସାଂଗଠନିକ ସୁଦୃଢୀ କରଣ ସମ୍ପଙ୍କରେ ଆଲୋଚନା ସହ ଜିଲା ପଛୁଆ ବର୍ଗ ବିଭାଗ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଟି ପ୍ରସ୍ତାବିତ ନାମ ଏବଂ ରାଜ୍ୟ କର୍ମକର୍ତା ପଦବୀ ପାଇଁ ୩ଟି ପ୍ରସ୍ତାବିତ ନାମ ଆଲୋଚନା କରି ଫେରିଥିଲେ ।

ଏହି ଆଲୋଚନା ସମୟରେ କୋରାପୁଟ ଜିଲା କଂଗ୍ରେସ ସଭାପତି ରୁପକ ତୁରୁକ, ବରିଷ୍ଠ କଂଗ୍ରେସ ନେତା ବିନୋଦ ମହାପାତ୍ର, ମଦନ ମୋହନ ନାୟକ, ନିମେଇ ସରକାର, ରାମ, ନାୟକ ସୂର୍ଯ୍ୟ ପଟ୍ଟନାୟକ, ନିହାର ବିଷୋୟୀ, ବସନ୍ତ ନାୟକ, ବ୍ରଜ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande