ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ )ଆଇନ ୧୯୮୬ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା
କେନ୍ଦ୍ରାପଡା, ୨୫ ଜୁନ୍ (ହି.ସ.)- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ଓ ଜିଲ୍ଲା ଶ୍ରମ ବିଭାଗ ସହଯୋଗରେ ଆଜି ଶିଶୁ ଓ କିଶୋର ଶ୍ରମ(ନିଷେଧ ଓ ନିୟନ୍ତ୍ରଣ)ଆଇନ ୧୯୮୬ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ
---------------ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ )ଆଇନ ୧୯୮୬ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ


କେନ୍ଦ୍ରାପଡା, ୨୫ ଜୁନ୍ (ହି.ସ.)- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ଓ ଜିଲ୍ଲା ଶ୍ରମ ବିଭାଗ ସହଯୋଗରେ ଆଜି ଶିଶୁ ଓ କିଶୋର ଶ୍ରମ(ନିଷେଧ ଓ ନିୟନ୍ତ୍ରଣ)ଆଇନ ୧୯୮୬ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାପାଳ ରଘୁରାମ ଆର ଆୟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ସୁଜାତା ନାୟକ ଓ ମନସ୍ମିତା ଖୁଣ୍ଟିଆ ଯୋଗ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂ, ସିଡବ୍ଲୁସିର ଚ୍ୟାୟରମାନ ସ୍ଵାଗତିକା ପାତ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି,ଆଇୟୁସିଏଡବ୍ଲୁ(ସମଙ୍କବଙ୍ଗ) ଡିଏସପି ବବିତା ଦଳେଇ ପ୍ରମୁଖ ମଂଚାସୀନ ଥିଲେ ଜ୍ଝ ଅତିଥି ମାନେ ଶିଶୁ ଶ୍ରମିକ ଚାଲାଣ ରୋକିବା, ୧୪ ବର୍ଷରୁ କମ ଶିଶୁ ମାନଙ୍କୁ ହୋଟେଲ, ଦୋକାନ, ଇଟାଭାଟି ଆଦି ସ୍ଥାନ ମାନଙ୍କରେ ନିୟୋଜିତ ନ କରିବାକୁ ସଚେତନ କରିବା, ସ୍କୁଲ ଛାଡୁ ଥିବା ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ୧୪ ବର୍ଷରୁ ଉର୍ଦ୍ଧ ପିଲା ମାନଙ୍କୁ ବୈଷୟିକ ଧନ୍ଦାମୂଳକ ତାଲିମର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱରୋପ କରିଥିଲେ। ଶିଶୁ ଶ୍ରମିକ ମୁକ୍ତ ଓଡିଶା ହେଉଛି ଆମ ସଂକଳ୍ପ ଜ୍ଝଶିଶୁ ଆମ ଭବିଷ୍ୟତ, ବିକଶିତ ଓଡିଶା ବିକଶିତ ଭାରତର ସ୍ବପ୍ନ ସେତେବେଳେ ସାକାର ହେବ ଯେତେବେଳେ ଶିଶୁ ମାନେ ସଶକ୍ତ ଓ ଶିକ୍ଷିତ ହେବେ ଜ୍ଝଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଗ୍ରାମାଞ୍ଚଳରେ ଅଙ୍ଗନବାଡି, ସ୍ୱୟଂ ସହାୟକା ଗୋଷ୍ଠୀର ମହିଳା ଓ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସଚେତନତା କାର୍ୟ୍ୟକ୍ରମକୁ ଆଗେଇ ନେବା ଉଚିତ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଦାରିଦ୍ୟ, ଅର୍ଥନୈତିକଦୁର୍ବଳତା, ଶିକ୍ଷାର ଅଭାବ ଯୋଗୁଁ ଓଡ଼ିଶାରେ ଶିଳ୍ପାଞ୍ଚଳ, ହୋଟେଲ, ଦୋକାନ ଓ କାରଖାନାରେ ଶିଶୁ ଶ୍ରମିକଭାବେ କାର୍ୟ୍ୟ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ଶିଶୁ ଶ୍ରମିକ ଚାଲାଣ ବାହାର ରାଜ୍ୟକୁ ହେଉଛି ଜ୍ଝଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଆଇନଗତ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ସମସ୍ତ ବିଭାଗର ସମନ୍ଵୟ ଓ ସହ ଭାଗିତାର ଆବଶ୍ୟକତା ଅଛି ବୋଲି ଅତିଥି ମାନେ ମତ ଦେଇଥିଲେ। ଚାଇଲଡ ହେଲ୍ପ ଲାଇନ -୧୦୯୮, ପୋଲିସ ୧୧୨ ଓ ଟୋଲ ଫ୍ରି ନମ୍ବର ୧୮୦୦୩୪୫୪୪୯୪ ରେ ଯୋଗାଯୋଗ କରି ଶିଶୁ ଶ୍ରମିକ ଉଦ୍ଧାର ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରଯାଇଥିଲା।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସଞ୍ଚାଳନାରେ ଏହି କର୍ମଶାଳାରେ ସିଡବ୍ଲୁସି ସଦସ୍ୟ, ସ୍ବେଛାସେବୀ ସଙ୍ଗଠନ କର୍ମକର୍ତ୍ତା, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା, ଜିଲ୍ଲା ଶ୍ରମ ବିଭାଗର ସମସ୍ତ ଅଧିକାରୀ, ବିଭିନ୍ନ ବ୍ଲକର ସିଡିପିଓ, ବିଭିନ୍ନ ଥାନର ଭାରପ୍ରାପ୍ତ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande