
କେନ୍ଦ୍ରାପଡା, ୨୫ ଜୁନ୍ (ହି.ସ.)- ଆଗାମୀ ୨୮ ତାରିଖ ଦିନ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ରାପଡ଼ା ଆସୁଛନ୍ତି। ଏଥିପାଇଁ କେନ୍ଦ୍ରାପଡ଼ା ବିଜେପି ତରଫରୁ ବରିଷ୍ଠ ନେତା ଭୁବନ ମୋହନ ଜେନାଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଗୋପ ଛକ ସ୍ଥିତ କମଲ ଭବନରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଆଗାମୀ କେନ୍ଦ୍ରାପଡ଼ା ଗସ୍ତ କିପରି ସୁଚାରୁ ରୂପେ ସଫଳ ହେବ ସେ ବାବଦରେ ବୈଠକରେ ବିଶଦ ଭାବରେ ଆଲୋଚନା କରାଯିବା ସହିତ ବିଭିନ୍ନ ଛାମୁଆ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଦୁର୍ୟ୍ୟୋଧନ ସାହୁ, ପୂର୍ବତନ କୃଷକ ମୋର୍ଚ୍ଚା ସଂଯୋଜକ ପବିତ୍ର କୁମାର ପରିଡ଼ା, ଜିଲ୍ଲା ଉପସଭାପତି ଗଗନ ସାହୁ, ପାଟକୁରା ବିଜେପି ନେତା ମାନସ କୁମାର ମହାନ୍ତି, ନାରୀ ନେତ୍ରୀ କାନନବାଳା ଦାସ, ସୁଜାତା ବାରିକ, ରୋଜାଲିନ ମହାନ୍ତି, ଭୁବନ ମୋହନ ସିଂ, ଆଳି ନେତା ଦୋଳଗୋବିନ୍ଦ ନାୟକ, ବୈକୁଣ୍ଠ ପରିଡ଼ା, ରଶ୍ମିରଞ୍ଜନ ବେଉରା, ସଦାଶିବ ଜେନା, ମନିଦ୍ର ରାଉତ, ଅମୃତ ମହାନ୍ତି, ରମେଶ ବେହେରା, ଶୁକଦେବ ଶରଣ ସିଂ, ବାବୁଲି ବେହେରା, ଯୁବ ନେତା ରଜନୀକାନ୍ତ ନାୟକ, ଦୁର୍ଗାମାଧବ ନାଥ, ବିଶ୍ୱରଞ୍ଜନ ପଣ୍ଡା ଓ ଅମର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି