ହାତୀ ଆକ୍ରମଣରେ ଚାଷୀ ମୃତ, ଅଞ୍ଚଳରେ କୋକୁଆ ଭୟ
ସମ୍ବଲପୁର, ୨୫ ଜୁନ୍ (ହି.ସ.)- ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଅନ୍ତର୍ଗତ ଭୀମଖୋଜ ଗ୍ରାମ ନିକଟସ୍ଥ ଏକ ଚାଷ ଜମିରେ ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତଦେହ ଚିହ୍ନଟ ପରେ ଚାଷୀ ଜଣକ ଭୀମଖୋଜ ଗ୍ରାମର ମହେନ୍
ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁ, ଅଞ୍ଚଳରେ କୋକୁଆଭୟ


ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁ, ଅଞ୍ଚଳରେ କୋକୁଆଭୟ


ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁ, ଅଞ୍ଚଳରେ କୋକୁଆଭୟ


ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁ, ଅଞ୍ଚଳରେ କୋକୁଆଭୟ


ସମ୍ବଲପୁର, ୨୫ ଜୁନ୍ (ହି.ସ.)- ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଅନ୍ତର୍ଗତ ଭୀମଖୋଜ ଗ୍ରାମ ନିକଟସ୍ଥ ଏକ ଚାଷ ଜମିରେ ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତଦେହ ଚିହ୍ନଟ ପରେ ଚାଷୀ ଜଣକ ଭୀମଖୋଜ ଗ୍ରାମର ମହେନ୍ଦ୍ର ନାୟକ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ମହେନ୍ଦ୍ର ନାୟକ ଆଜି ସକାଳେ ଗାଁ ନିକଟସ୍ଥ ନିଜ ବିଲକୁ ଯାଉଥିବା ବେଳେ ବାଟରେ ହଠାତ୍ ଏକ ଦନ୍ତା ହାତୀର ସମ୍ମୁଖୀନ ହୋଇଥିଲେ। ହାତୀକୁ ଦେଖି ସେ ଖସି ପଳାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ହାତୀଟି ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା। ଶୁଣ୍ଢରେ ଟେକି ତଳେ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଭିମସାରକୁ ପଠାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଆଖପାଖ ସମସ୍ତ ଅଞ୍ଚଳରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏପରିକି ଆଜି ଅପରାହ୍ନ ଠାରୁ ଲୋକେ ଘରର ତାଟିକବାଟ ପକାଇ ଦେଇଥିବା ଦେଖିବାକୁ ମିଳିଛି । ମୃତ ଚାଷୀ ମହେନ୍ଦ୍ରଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ଅଞ୍ଚଳବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande