କେ.ଏ.ଟି.ଏସ୍. ଆୟୁର୍ବେଦ କଲେଜ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର
ଗଂଜାମ, ୨୫ ଜୁନ୍ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ମନ୍ଦିର ଠାରେ କେ.ଏ.ଟି.ଏସ୍. ଆୟୁର୍ବେଦ କଲେଜ ଓ ଚିକିତ୍ସାଳୟ ସୌଜନ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୩୦୦ରୁ ଅଧିକ ରୋଗୀ ଉପସ୍ଥିତ ରହି ବିଭିନ୍ନ ରୋଗର ସଚେତନତା ଓ ମାଗଣା ଚିକିତ୍ସା ପାଇଥିଲେ। ଚିକିତ
Wttuuiui


ଗଂଜାମ, ୨୫ ଜୁନ୍ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ମନ୍ଦିର ଠାରେ କେ.ଏ.ଟି.ଏସ୍. ଆୟୁର୍ବେଦ କଲେଜ ଓ ଚିକିତ୍ସାଳୟ ସୌଜନ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୩୦୦ରୁ ଅଧିକ ରୋଗୀ ଉପସ୍ଥିତ ରହି ବିଭିନ୍ନ ରୋଗର ସଚେତନତା ଓ ମାଗଣା ଚିକିତ୍ସା ପାଇଥିଲେ। ଚିକିତ୍ସା ସେବା ଯୋଗାଇବା ପାଇଁ ଡା. ନକୁଳ ସାହୁ, ଡା. ଚିନ୍ମୟ ଭବାନୀ ପ୍ରସାଦ, ଡା. ରୋହିତ କୁମାର ଛତ୍ରିୟା, ଡା. ସୁବ୍ରତ କୁମାର ଜୟସିଂହ, ଡା. ନିବେଦିତା ମହାପାତ୍ର, ଡା. ନିରୋଜ କୁମାର ମିର୍ଦ୍ଧା, ଡା. ରାଜେଶ କୁମାର ଧାରୁଆ, ଡା. ରିକ୍ ସୁନ୍ଦର ନନ୍ଦ, ଡା. ଶୁଭ୍ରଜିତ ମହାନ୍ତି, ଡା. ସୁଦନଲାଲ, ଡା. ଅଦିତି ନାୟକ ଓ ଡା. ରସମାଞ୍ଜଲି ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇଥିଲେ। ଗଣ୍ଠିବାତ, ସ୍ତ୍ରୀ ରୋଗ, ଅମ୍ଳପିତ୍ତ, ମଧୁମେହ, ରକ୍ତଚାପ, ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।

ବାଳକୃଷ୍ଣ ପାତ୍ର, ମନୋଜ କୁମାର ମହାପାତ୍ର ଏବଂ ମନ୍ଦିର କର୍ମକର୍ତ୍ତା ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande