
ଜୟପୁର, ୨୫ ଜୁନ୍ (ହି.ସ.)- ଏନଡିଆରଏଫ୍, ମୁଣ୍ଡଳୀ, କଟକର ୧୫ ଜଣିଆ ଦଳ, ଇନ୍ସପେକ୍ଟର ପି. କେ. ଯାଦବଙ୍କ ନେତୃତ୍ୱରେ ଏବଂ ସବ୍-ଇନ୍ସପେକ୍ଟର ସୁଖବିର ସିଂହ, ହବିଲଦାର ଶ୍ରୀକାନ୍ତ ଦାଶ, ଭି. ତୁଳସୀ ଦାସୁ, ସିଟି/ଜିଡି ପ୍ରଭାତ ପଟେଲ, ୟୁ. କେ. ମେହେର ଏବଂ ଆପଲା ରାଜୁଙ୍କ ସହଯୋଗରେ କୋରାପୁଟ ଜିଲ୍ଲା ସେମିଳିଗୁଡା ସ୍ଥିତ ସରକାରୀ କଲେଜ ଏବଂ ସରକାରୀ ସ୍କୁଲରେ ଫାମେକ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ଶ୍ରୀମତୀ ଝାନସୀ ସିଂହ (କଲେଜ), ହେଡ ମିଷ୍ଟ୍ରେସ ଶ୍ରୀମତୀ ରଶ୍ମିତା ସେଠୀ (ସ୍କୁଲ) ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଓ ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ସଚେତନ କରାଯାଇଥିଲା। ବନ୍ୟା, ଭୂମିକମ୍ପ, ଘୂର୍ଣ୍ଣିଝଡ଼ ସହ ବଜ୍ରପାତ, ସାପ କାମୁଡ଼ା ଏବଂ ଅନ୍ୟାନ୍ୟ ପ୍ରାକୃତିକ ଓ ମାନବସୃଷ୍ଟ ବିପଦ ସମୟରେ କିପରି ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ, ସେ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା।ଏନଡିଆରଏଫ୍ ଦଳ ଦ୍ୱାରା ପ୍ରି-ହସ୍ପିଟାଲ ଟ୍ରିଟମେଣ୍ଟ , ପ୍ରାଥମିକ ଚିକିତ୍ସା, କାର୍ଡିଓ-ପଲ୍ମୋନାରୀ ରିସସିଟେସନ୍ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପଦ୍ଧତି ଉପରେ ପ୍ରାୟୋଗିକ ପ୍ରଦର୍ଶନ କରାଯାଇଥିଲା। ଏହାସହ ବିପର୍ଯ୍ୟୟ ସମୟରେ ତ୍ୱରିତ ପ୍ରତିକ୍ରିୟା, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତିର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି