ବୈପାରୀଗୁଡା ଅଂଚଳରେ ୧୪ ଶିଶୁ ଶ୍ରମିକ ଉଦ୍ଧାର
ଜୟପୁର, ୨୫ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ୧୪ ଶିଶୁ ଶ୍ରମିକ ଉଦ୍ଧାର l ଆଜି ବୈପାରୀଗୁଡାର ବିଭିନ୍ନ ସ୍ଥାନରେ ଶିଶୁ ମଙ୍ଗଳ ସମତି, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ପୋଲିସର ମିଳିତର ଚଢ଼ଉ କରାଯାଇଥିଲା l ଉକ୍ତ ଅଂଚଳର ଗ୍ୟାରେଜ, ହୋଟେଲ, ସିମେଣ
- ବୈପାରୀଗୁଡା ଅଂଚଳରେ 14 ଶିଶୁ ଶ୍ରମିକ ଉଦ୍ଧାର


ଜୟପୁର, ୨୫ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ୧୪ ଶିଶୁ ଶ୍ରମିକ ଉଦ୍ଧାର l ଆଜି ବୈପାରୀଗୁଡାର ବିଭିନ୍ନ ସ୍ଥାନରେ ଶିଶୁ ମଙ୍ଗଳ ସମତି, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ପୋଲିସର ମିଳିତର ଚଢ଼ଉ କରାଯାଇଥିଲା l ଉକ୍ତ ଅଂଚଳର ଗ୍ୟାରେଜ, ହୋଟେଲ, ସିମେଣ୍ଟ ଇଟା ଫେକ୍ଟ୍ରି, ରାଇସ ମିଲ, ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ ଚଢ଼ାଉ କରି ୧୮ ବର୍ଷରୁ କମ ବୟସର ମୋଟ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି l ସେଥିମଧ୍ୟରୁ ୧୩ ଝିଅ ଓ ଜଣେ ପୁଅ ଥିବା ବେଳେ ସେମାନଙ୍କୁ କୋରାପୁଟ ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନା କରାଯାଇଛି l ଶିଶୁ ମଙ୍ଗଳ ସମିତି ନିର୍ଦେଶ କ୍ରମେ ଶିଶୁ ଯତ୍ନ କେନ୍ଦ୍ରରେ ଥଇଥାନ କରାଗଲା l

ଏହି ଚଢ଼ଉରେ ଶିଶୁ ମଙ୍ଗଳ ସମତି ସୁରେଶ କୁମାର ହୋତା, ସହକାରୀ ଶ୍ରମ ଅଧିକାରୀ ରାଜେଶ୍ୱରୀ ହିକକା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଂଯୋଜକ ତପସ୍ପିନୀ ପାଢ଼ୀ, ବୈପାରୀଗୁଡା ପୋଲିସ ଅଧିକାରୀ, ଶୋଭା ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତା ବଳରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ବିପଦସଂକୁଳ ସ୍ଥିତିରେ ଯଦି କୌଣସି ଶିଶୁ ଶ୍ରମିକ କାମ କରୁଛନ୍ତି ତେବେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେବାପାଇଁ ଅନୁରୋଧ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande