ଶିଶୁ ଶ୍ରମ ନିରାକରଣ ଅଭିଯାନ
ଶିଶୁ ଶ୍ରମ ନିରାକରଣ ଅଭିଯାନ
ଶିଶୁ ଶ୍ରମ ନିରାକରଣ ଅଭିଯାନ


ଶିଶୁ ଶ୍ରମ ନିରାକରଣ ଅଭିଯାନ


ଶିଶୁ ଶ୍ରମ ନିରାକରଣ ଅଭିଯାନ


ଶିଶୁ ଶ୍ରମ ନିରାକରଣ ଅଭିଯାନ


ସମ୍ବଲପୁର, ୨୫, ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ପାଇଁ ଚାଲୁଥିବା ୧୫ ଦିନିଆ ଅଭିଯାନର ଅଂଶ ସ୍ୱରୂପ ସମ୍ବଲପୁର ମହାନଗର ନିଗମ ଅଂଚଳ ଓ ଏହାର ଆଖପାଖ ଅଂଚଳର ହୋଟେଲ, ଗ୍ୟାରେଜ, ଢାବା ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଚଢ଼ାଉ ସହ ଯେନତେନ ପ୍ରକାରେ ଉଦ୍ଧାର କାର୍ଯ୍ୟକ୍ରମ ହୋଇଥିଲା। ଏହି ଅଭିଯାନର ନେତୃତ୍ୱ ନେଇଥିଲେ ସମ୍ବଲପୁର ଜିଲ୍ଲା ଶ୍ରମ ଅଧିକାରୀ ଶତ୍ରୁଜିତ ସାହୁ ଓ ଡିଏସପି ତାରାବତୀ ପ୍ରଧାନ । ଏହି ଅଭିଯାନ ସମୟରେ ମାତ୍ର ଜଣେ ଶିଶୁ ଶ୍ରମିକ ଓ ଜଣେ କିଶୋର ଶ୍ରମିକଙ୍କୁ ଚିହ୍ନଟ କରାଯାଇ ଉଦ୍ଧାର କରାଯାଇଥିଲା । ସେମାନଙ୍କ ଥଇଥାନ ପାଇଁ ଆଇନ ଅନୁଯାୟୀ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଚଢ଼ାଉରେ ସମ୍ବଲପୁର ଶ୍ରମ ବିଭାଗ ସହକାରୀ ଶ୍ରମ ଅଧିକାରିଣୀ ପୁଷ୍ପା ମିଞ୍ଜ, ଲିପ୍ସା ପ୍ରଧାନ, ତାନିୟା ଠାକୁର, ବ୍ରଜେଶ କୁମାର ହୋତା, ନିଖିଳେଶ ଦାସ, ମୀନକେତନ ସୁନ୍ୟାନୀ, ଡୋଳେଶ୍ୱରୀ ନାଗଙ୍କ ସମେତ ପୋଲିସ କର୍ମଚାରୀ ଏବଂ ଆଦର୍ଶ ଏନଜିଓର କାର୍ଯ୍ୟକ୍ରମ ପରିଚାଳକ ରଞ୍ଜନ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜିର ଏହି କାର୍ଯ୍ୟକ୍ରମକୁ ଦେଖି ବହୁ ବୁଦ୍ଧିଜୀବୀ ତଥା ସଚେତନ ନାଗରିକ ନାପସନ୍ଦ କରିଥିବା ଶୁଣିବାକୁ ମିଳିଥିଲା। ନିୟମିତ ବ୍ୟବଧାନରେ ଯଦି ଶ୍ରମ ବିଭାଗ ଲୋକଙ୍କୁ ସଠିକ୍ ସଚେତନତା ଦେଇ, ସମସ୍ତ ହୋଟେଲ, ଲଜିଙ୍ଗ୍ ଓ ଗ୍ୟାରେଜ ଗୁଡ଼ିକରୁ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରିପାରନ୍ତା ତେବେ ସମ୍ବଲପୁର ସହରାଂଚଳ କେବେ ଠାରୁ ଶିଶୁଶ୍ରମିକ ମୁକ୍ତ ସହର ଭାବେ ମାନ୍ୟତା ପାଇ ସାରନ୍ତାଣି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande