ଶିକ୍ଷକ ବିଜୟ ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, ୨୫ ଜୁନ୍ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷା ବିଭାଗ ଅଧୀନ ଗାଙ୍ଗପଡା ପଞ୍ଚାୟତ ଦୋବନ୍ଧାରେ ଥିବା ଶୁକଦେବ ବ୍ରାହ୍ମଚାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ କୁମାର ନାୟକଙ୍କୁ ଆଜି ସ୍କୁଲ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ରାଜେନ୍ଦ୍ର କୁମାର ରାଉତଙ୍କ
ଶିକ୍ଷକ ବିଜୟ ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା


କେନ୍ଦ୍ରାପଡା, ୨୫ ଜୁନ୍ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷା ବିଭାଗ ଅଧୀନ ଗାଙ୍ଗପଡା ପଞ୍ଚାୟତ ଦୋବନ୍ଧାରେ ଥିବା ଶୁକଦେବ ବ୍ରାହ୍ମଚାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ କୁମାର ନାୟକଙ୍କୁ ଆଜି ସ୍କୁଲ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ରାଜେନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଶିକ୍ଷକ ବିଜୟ ନାୟକ ୧୯୯୩ମସିହାରୁ ୨୦୨୬ମସିହା ପର୍ୟ୍ୟନ୍ତ ଏହି ସ୍କୁଲରେ ଶିକ୍ଷକତା କରିଥିଲେ। ସେ ଜଣେ ମେଳାପୀ ଓ ଆଦର୍ଶ ଶିକ୍ଷକ ଥିଲେ। ତାଙ୍କର ଏହି ଦୀର୍ଘଦିନର ଶିକ୍ଷକତା ଭିତରେ ଅନେକ ଭଲ ଛାତ୍ରଛାତ୍ରୀ ସୃଷ୍ଟି ହୋଇଛନ୍ତି, ଯାହାକି ଆଜିର ବିଦାୟକାଳୀନ ସଭାରେ ଅନେକ ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ସହ ଗ୍ରାମବାସୀଙ୍କ ଉପସ୍ଥିତି ହିଁ ସୂଚାଉଛି କି ତାଙ୍କର ସ୍କୁଲ ପ୍ରତି କେତେ ନିଷ୍ଠା ଓ ପିଲାମାନଙ୍କ ପ୍ରତି କେତେ ସ୍ନେହ ଥିଲା। ସେ ଜଣେ ଏହି ଅଞ୍ଚଳ ପାଇଁ ଆଦର୍ଶ ଶିକ୍ଷକ ଓ ଶିକ୍ଷକ ସମାଜ ପ୍ରତି ଆଦର୍ଶ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅଶ୍ୱିନୀ କୁମାର ପାତ୍ର, ସୁଶାନ୍ତ କୁମାର ପ୍ରଧାନ, କରୁଣାକର ଭଳ, ଅଶୋକ କୁମାର ସାହୁ, ଆଦି ଉପସ୍ଥିତ ହୋଇ ବିଜୟ କୁମାର ନାୟକଙ୍କ ଉତ୍ସର୍ଗୀକୃତ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ପାତ୍ର ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ। ତ୍ରିଲୋଚନ ପାତ୍ର,ଚନ୍ଦନ ସାହୁ, ଗୁରୁଦତ୍ତ ରାଉତ, ବିଜୟ ଘଡେଇ, କୃପାସିନ୍ଧୁ ସାହୁ, ରଶ୍ମିରଂଜନ ପାତ୍ର, ବନଯା ପରିଡା ପ୍ରମୁଖ ଛାତ୍ରଛାତ୍ରୀ ଏହି ସମ୍ବର୍ଦ୍ଧନା ପର୍ବରେ ସହଯୋଗ କରିଥିଲେ। ସଂଘମିତ୍ରା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande