ଥାନାରୁ ମିଳିଲାନି ନ୍ୟାୟ
ରାଉରକେଲା, ୨୫ ଜୁନ୍ (ହି.ସ.)- ରାଉରକେଲା ସହର ରେ ସରକାରୀ ଜମି ଜବର ଦାଖଲ ପରିମାଣ ଅନେକ, ବିଭିନ୍ନ ଅନୁଷ୍ଠାନ ନାମରେ ଜମି ଦାଖଲ କରି ନିଜେ ରହିବା ସହ କିଛି ଜାଗାରେ ଭଡାରେ ଲଗାଯାଇ ବେପାର ଚାଲିଛି । ଏହିଭଳି ଏକ ଜାଗାରେ ଦୀର୍ଘ ଦିନରୁ ଚାଲିଆସିଥିବା ସାଇ ଶିଶୁ ମନ୍ଦିର ଜାଗାକୁ ଦାଖଲ କରି ଜମି ଦଲାଲଙ
ଥାନାରୁ ମିଳିଲାନି ନ୍ୟାୟ


ରାଉରକେଲା, ୨୫ ଜୁନ୍ (ହି.ସ.)- ରାଉରକେଲା ସହର ରେ ସରକାରୀ ଜମି ଜବର ଦାଖଲ ପରିମାଣ ଅନେକ, ବିଭିନ୍ନ ଅନୁଷ୍ଠାନ ନାମରେ ଜମି ଦାଖଲ କରି ନିଜେ ରହିବା ସହ କିଛି ଜାଗାରେ ଭଡାରେ ଲଗାଯାଇ ବେପାର ଚାଲିଛି । ଏହିଭଳି ଏକ ଜାଗାରେ ଦୀର୍ଘ ଦିନରୁ ଚାଲିଆସିଥିବା ସାଇ ଶିଶୁ ମନ୍ଦିର ଜାଗାକୁ ଦାଖଲ କରି ଜମି ଦଲାଲଙ୍କ ହାତରେ ଟେକିଦେଇ ମୋଟା ଅଙ୍କର ବେପାର କରିବା ଉଦେଶ୍ୟରେ କିଛି ବ୍ୟକ୍ତି ସାଇ ଶିଶୁ ମନ୍ଦିର ତାଲା ଭାଙ୍ଗି ଅଫିସରୁ କାଗଜପତ୍ର ଟଙ୍କା ଚୋରି କରି ବିଦ୍ୟାଳୟ ଟିକୁ ଦଖଲ କୁ ନେବା ଘଟଣାରେ ବିଦ୍ୟାଳୟର ସଭାପତି ଜୟନ୍ତୀ ଦାସ ଚରଣ୍ଡ ଥାନାକୁ ଜଣାଇଥିଲେ । କିନ୍ତୁ ଥାନା ଅଧିକାରୀ ଏତଲା କରିବା ପରିବର୍ତେ ଓଲଟି ଅପରାଧୀ ମାନଙ୍କ ସହ ସାଲିସ କରିବାକୁ ବାଧ୍ୟ କରି ମହିଳା ସଭାପତି ଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ପ୍ରାୟ ୨୯ଦିନ ଅପେକ୍ଷା କରିବା ପରେ ବିଦ୍ୟାଳୟର ସଭାପତି ନିଜର ସୁରକ୍ଷା ବିଦ୍ୟାଳୟ ର ସୁରକ୍ଷା ଲାଗି ରାଉରକେଲା ଏସପି ଓ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅପରାଧୀ ମାନେ ମହିଳାଙ୍କ ପରିବାରକୁ ଜୀବନରେ ଶେଷ କରିଦେବାକୁ ଧମକ ଦେବା ସହ ରାଉରକେଲା ଶିକ୍ଷାଧିକାରୀ ଙ୍କ ଅଫିସ ର କିଛି ଟାଉଟର ଙ୍କୁ ଧରି ବିଳମ୍ବିତ ରାତିରେ ବିଭିନ୍ନ ଧମକ ଦେଇ ବିଦ୍ୟାଳୟ ବନ୍ଦ କରିଦେବାକୁ ଧମକ ଦେଉଥିବା ଶ୍ରୀମତୀ ଦାସ ଅଭିଯୋଗ କରିଛନ୍ତି । ଏକ ସରକାରୀ ଜାଗାକୁ ଛଡାଇନେଇ ବେପାର କରିବାଲାଗି ଜାନେମହିଳା ଙ୍କ ଉପରେ ଥାନା କୁ ଧରି ଅତ୍ୟଚାର କରିବା ମହିଳା ମସନାଙ୍କ ସୁରକ୍ଷାକୁ ନେଇ ସରକାର କହୁଥିବା ବଡ଼ ବଡ଼ କଥାରେ ସନ୍ଦେହ ସୃଷ୍ଟି ହୋଇଛି । ଏହି ଘଟଣାକୁ କେନ୍ଦ୍ର ମନ୍ତ୍ରୀ ସାଂସଦ ଦିଲ୍ଲୀପ୍ରାୟ ଙ୍କୁ ମଧ୍ୟ ମହିଳା ଜଣକ ଜଣାଇଥିବା କହିଛଜ଼ନ୍ତି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande