ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୨୫ ଜୁନ୍ (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ଓ ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ପ୍ରାଧିକରଣର ପ୍ରତ
ZILLA AAIN SEVA PRADHIKARAN


ଭଦ୍ରକ, ୨୫ ଜୁନ୍ (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ଓ ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ପ୍ରାଧିକରଣର ପ୍ରତିପକ୍ଷ ଅଧିବକ୍ତା ଡ. ତାପସ ମହାନ୍ତିଙ୍କ ସଂଚାଳନାରେ ଆୟୋଜିତ ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋମଳ ମତି ଛାତ୍ରଛାତ୍ରୀମାନେ ସର୍ବଦା ଆଇନ ସମ୍ପର୍କରେ ସଚେତନ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜ୍ଞାନ ପରିଦର୍ଶିକା ହିମାଦ୍ରି ନନ୍ଦିନୀ ବିଶ୍ୱାଳ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଚେତନ ଓ ଦାୟିତ୍ୱବାନ ନାଗରିକ ହେବାକୁ ଆହ୍ୱାନ କରିଥିଲେ। ମୁଖ୍ୟ ବକ୍ତା ତଥା ଶିଶୁ ଆଇନ ବିଶେଷଜ୍ଞ ସୁବ୍ରତ କୁମାର ଦାସ, ଶିଶୁ ଅଧିକାର, ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ଏବଂ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ଆଲୁମୁନି ସଦସ୍ୟ ପ୍ରଭାକର ନାୟକ ଓ କପିଳ ଚନ୍ଦ୍ର ବାରିକଙ୍କ ସହିତ ପ୍ରଧାନ ଶିକ୍ଷକ ଉମେଶ ମାଝୀ ଯୋଗଦାନ କରିଥିଲେ। ବିଶେଷ ଭାବେ ଶିଶୁମାନଙ୍କ ମୋବାଇଲ ବ୍ୟବହାର ଉପରେ ପରିବାର ଓ ଅଭିଭାବକ ମାନେ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ପ୍ରଧାନଶିକ୍ଷକ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande