
ଭୁବନେଶ୍ୱର, 25 ଜୁନ୍ (ହି.ସ.) - ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ତଥା ଘରେଘରେ ଶ୍ରୀମଦ୍ ଭଗବଦ୍ ଗୀତା, ଭାଗବତ ମହାପୁରାଣ, ବେଦ, ବେଦାନ୍ତ ଓ ଉପନିଷଦକୁ ସରଳ ଓ ସହଜ ଉପାୟରେ ପହାଇବା ପାଇଁ ପୂଜ୍ୟ ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦ ୧୯୫୧ ମସିହାରେ ‘ଚିନ୍ମୟ ମିଶନ’ ଅନୁଷ୍ଠାନ ଗଠନ କରିଥିଲେ । ଏବେ ଚିନ୍ମୟ ମିଶନର ୭୫ବର୍ଷ ର୍ପୂି ଅବସରରେ ଚିନ୍ମୟ ମିଶନର ଓଡ଼ିଶାର ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କ ତ୍ୱାବଧାନରେ ତଥା ଚିନ୍ମୟ ମିଶନ, ଭୁବନେଶ୍ୱରର ସଦସ୍ୟମାନଙ୍କ ସହଯୋଗରେ ଜୁନ୍ ୨୭ ତାରିଖ, ସନ୍ଧ୍ୟା ୬ ଘଟିକାରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପଠାରେ “ଚିନ୍ମୟ ଅମୃତ ଯାତ୍ରା ମହୋତ୍ସବ” ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥିମାନେ ଯୋଗଦେଇ ଚିନ୍ମୟ ମିଶନର ସମାଜ ପ୍ରତି ଅବଦାନ ସମ୍ପର୍କରେ ଶ୍ରୋତାମାନଙ୍କୁ ଅବଗତ କରାଇବେ ଏବଂ ବାଲ୍ ବିହାରର ପିଲାମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ସେହି ସନ୍ଧ୍ୟାରେ ସଭାକାର୍ଯ୍ୟ ଶେଷପରେ ‘ଅମୃତଜ୍ୟୋତି ବାହିନୀ ରଥ’ରେ ଭକ୍ତମାନେ ଚିନ୍ମୟ ମିଶନର ୭୫ ବର୍ଷ ସମ୍ବନ୍ଧୀୟ କାର୍ଯ୍ୟକଳାପର ଫଟୋଚିତ୍ର ଦର୍ଶନଲାଭ କରିପାରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା