‘ସଂବିଧାନ ହତ୍ୟା ଦିବସ’ରେ ଲୋକତନ୍ତ୍ର ସେନାନୀଙ୍କ ଅସୀମ ତ୍ୟାଗ ଓ ସଂଘର୍ଷକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 25 ଜୁନ୍ (ହି.ସ.)- ‘ସଂବିଧାନ ହତ୍ୟା ଦିବସ’ରେ ଲୋକତନ୍ତ୍ର ସେନାନୀଙ୍କ ଅସୀମ ତ୍ୟାଗ ଓ ସଂଘର୍ଷକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୭୫ ମସିହା ଆଜିର ଦିନରେ, ଗୋଟିଏ ପରି
‘ସଂବିଧାନ ହତ୍ୟା ଦିବସ’ରେ ଲୋକତନ୍ତ୍ର     ସେନାନୀଙ୍କ ଅସୀମ ତ୍ୟାଗ ଓ ସଂଘର୍ଷକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 25 ଜୁନ୍ (ହି.ସ.)- ‘ସଂବିଧାନ

ହତ୍ୟା ଦିବସ’ରେ ଲୋକତନ୍ତ୍ର ସେନାନୀଙ୍କ ଅସୀମ ତ୍ୟାଗ ଓ ସଂଘର୍ଷକୁ ମନେ ପକାଇଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ୧୯୭୫ ମସିହା ଆଜିର ଦିନରେ, ଗୋଟିଏ ପରିବାରର କ୍ଷମତା ଲିପ୍ସା ଓ ଏକଛତ୍ରବାଦୀ ମାନସିକତା ଯୋଗୁଁ

ସାରା ଦେଶରେ 'ଜରୁରୀକାଳୀନ ପରିସ୍ଥିତି'

ଲଦି ଦିଆଯାଇଥିଲା,

ଯାହା ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ କଳା ଅଧ୍ୟାୟ। ସାମ୍ବିଧାନିକ

ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ

କ୍ଷୁର୍ଣ୍ଣ କରାଯାଇଥିଲା, ବିନା କାରଣରେ ଲକ୍ଷ ଲକ୍ଷ ଦେଶପ୍ରେମୀଙ୍କୁ କାରାଗାରର ଅନ୍ଧକାର

କୋଠରୀକୁ ଠେଲି ଦିଆଯାଇଥିଲା ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ଅହେତୁକ ଭାବେ ଦମନ କରାଯାଇଥିଲା।

ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ନିର୍ମମ ଆଘାତକୁ ସ୍ମରଣ କରିବା ଏବଂ ନିଜର

ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରିବା ଉଦ୍ଦେଶ୍ୟରେ ଆଜିର

ଦିନକୁ ସାରା ଦେଶରେ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରାଯାଉଛି।

ଏହି କଳଙ୍କିତ ଦିନର ୫୧ ବର୍ଷ

ପୂର୍ତ୍ତି ଅବସରରେ, ଏକଛତ୍ରବାଦୀ ଶାସନ ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରି କାରାଗାରର

ଅମାନୁଷିକ ଯାତନା ସହିଥିବା ସେହି ସମସ୍ତ ଅଗଣିତ ବୀର ‘ଲୋକତନ୍ତ୍ର ସେନାନୀ’ଙ୍କ ଅସୀମ ତ୍ୟାଗ ଓ

ସଂଘର୍ଷକୁ ମୁଁ ସାଦର ପ୍ରଣାମ ଜଣାଉଛି। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ

ସମର୍ପିତ ନେତୃତ୍ୱରେ ସମ୍ବିଧାନର ପ୍ରକୃତ ଗରିମା ଓ ସାର୍ବଭୌମତ୍ୱ ସୁରକ୍ଷିତ ରହିଛି ଏବଂ ସମାଜର

ଶେଷ ଧାଡ଼ିରେ ଥିବା ପ୍ରତିଟି ନାଗରିକ ବାସ୍ତବ ଅର୍ଥରେ ସଶକ୍ତ ଓ ସ୍ୱାଭିମାନୀ ହୋଇପାରିଛନ୍ତି।

ଆସନ୍ତୁ, ସମ୍ବିଧାନର

ସୁରକ୍ଷା, ଗଣତାନ୍ତ୍ରିକ

ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଶ୍ରେଷ୍ଠତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଜି ଦିନରେ ସଂକଳ୍ପବଦ୍ଧ

ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande