
ଭୁବନେଶ୍ୱର, 25 ଜୁନ୍ (ହି.ସ.)-‘ସଂବିଧାନ ହତ୍ୟା
ଦିବସ’ରେ ସମସ୍ତ ପ୍ରହରୀଙ୍କ ସାହସକୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଜରୁରୀକାଳ’ ଭାରତର ଗଣତାନ୍ତ୍ରିକ ଇତିହାସର ସେହି
କଳା ଅଧ୍ୟାୟ, ଯାହାକୁ ଦେଶ କେବେ ମଧ୍ୟ ଭୁଲିପାରିବ ନାହିଁ। କ୍ଷମତା ଓ
ପରିବାର ମୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ କଂଗ୍ରେସ ୨୫ ଜୁନ ୧୯୭୫ରେ
ସଂବିଧାନ, ଗଣତନ୍ତ୍ର ଓ ନାଗରିକ ଅଧିକାର ଉପରେ ଆଘାତ କରିଥିଲେ।
କିନ୍ତୁ ଦେଶର ଗଣତାନ୍ତ୍ରିକ ଶକ୍ତି ତାନାଶାହୀ ଚିନ୍ତାଧାରାକୁ ପରାସ୍ତ କରି ଏହା ପ୍ରମାଣ
କରିଥିଲା ଯେ, ଗଣତନ୍ତ୍ରର ସ୍ୱରକୁ କେବେ ମଧ୍ୟ ଦମନ କରାଯାଇପାରିବ
ନାହିଁ। ‘ସଂବିଧାନ ହତ୍ୟା ଦିବସ’ ଅବସରରେ ଗଣତନ୍ତ୍ରର ସମସ୍ତ ପ୍ରହରୀଙ୍କ ସାହସ ଓ ସମର୍ପଣକୁ
ମୁଁ ଶ୍ରଦ୍ଧାପୂର୍ବକ ନମନ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା