କପୁରମାଲ ମଣ୍ଡିରୁ ଧାନ ନଉଠିବାରୁ ଜୟପାଟଣା ତହସିଲଦାରଙ୍କୁ ଚାଷୀଙ୍କ ଦାବିପତ୍ର
ମୁଖୀଗୁଡା, ୨୫ ଜୁନ୍ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପେକ୍ସ ଅଧୀନରେ ଥିବା କପୁରମାଲ ସବ୍-ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ମଣ୍ଡିରୁ ଧାନ ନଉଠିବା ଏବଂ ଦଲାଲରାଜ୍ ପ୍ରତିବାଦରେ ଆଜି ଶତାଧିକ ଚାଷୀ ଜୟପାଟଣା ତହସିଲଦାରଙ୍କ ଭେଟି ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରି
ଚାଷୀ


ମୁଖୀଗୁଡା, ୨୫ ଜୁନ୍ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପେକ୍ସ ଅଧୀନରେ ଥିବା କପୁରମାଲ ସବ୍-ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ମଣ୍ଡିରୁ ଧାନ ନଉଠିବା ଏବଂ ଦଲାଲରାଜ୍ ପ୍ରତିବାଦରେ ଆଜି ଶତାଧିକ ଚାଷୀ ଜୟପାଟଣା ତହସିଲଦାରଙ୍କ ଭେଟି ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଚାଷୀମାନେ ଗତ ମେ ମାସରୁ ନିଜର କଷ୍ଟଉପାର୍ଜିତ ଧାନ ବିକ୍ରି କରିବା ପାଇଁ କପୁରମାଲ ମଣ୍ଡିକୁ ଆଣିଛନ୍ତି। ହେଲେ ଦୀର୍ଘ ମାସେ ବିତିଯାଇଥିଲେ ମଧ୍ୟ ମଣ୍ଡିକୁ ଆବଶ୍ୟକ ମୁତାବକ ଟ୍ରକ୍ ଆସୁନାହିଁ। ଫଳରେ ଚାଷୀଙ୍କ ଧାନ ବିକ୍ରି ନହୋଇ ଖୋଲା ଆକାଶ ତଳେ ପଡ଼ିରହି ନଷ୍ଟ ହେବାକୁ ବସିଲାଣି। ଜୁନ୍ ମାସ ଶେଷ ହେବାକୁ ଯାଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଧାନ ଉଠାଇବା ପାଇଁ କୌଣସି ଆନ୍ତରିକତା ପ୍ରକାଶ ପାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ମଣ୍ଡି ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ସୁଯୋଗ ନେଇ ମଣ୍ଡିରେ ସକ୍ରିୟ ଥିବା ଦଲାଲମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। ଧାନ ଉଠାଇବା ବଦଳରେ କୁଇଣ୍ଟାଲ ପିଛା ୮ରୁ୧୦ କେଜି କଟନୀ ଦେବା ପାଇଁ ଚାଷୀଙ୍କୁ ବାଧ୍ୟ କରାଯାଉଛି। ଫଳରେ ଚାଷୀ ଦୋଛକିରେ ପଡ଼ିଛନ୍ତି। ଏପଟେ ମୌସୁମୀ ବର୍ଷା ଭୟ ସେପଟେ ଦଲାଲଙ୍କ ଜୁଲୁମ୍ ଚାଲିଛି।ଏ ନେଇ ଆଜି ଚାଷୀମାନେ ଏକତ୍ରିତ ହୋଇ ତହସିଲଦାରଙ୍କୁ ସାକ୍ଷାତ କରିଛନ୍ତି ଏବଂ ମଣ୍ଡିର ସମସ୍ତ ସମସ୍ୟା ବାବଦରେ ଅବଗତ କରାଇଛନ୍ତି। ତୁରନ୍ତ ମଣ୍ଡିକୁ ଟ୍ରକ୍ ଯୋଗାଇବା ସହ ମିଲର ଓ ଦଲାଲଙ୍କ ମନମୁଖୀ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାକୁ ସେମାନେ ଦାବି କରିଛନ୍ତି। ଆଜି ତହସିଲଦାର ମଣ୍ଡିକୁ ଯାଇ ପଦକ୍ଷେପ ନେବା ପାଇଁ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ ହେଁ ଯାଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande