‘ସଂବିଧାନ ହତ୍ୟା ଦିବସ’ରେ ଗଣତନ୍ତ୍ର ସେନାନୀମାନଙ୍କ ସାହସ ଓ ସଂଘର୍ଷକୁ ସ୍ମରଣ କଲେ କେଭି ସିଂହଦେଓ
ଭୁବନେଶ୍ୱର, 25 ଜୁନ୍ (ହି.ସ.)- ‘ସଂବିଧାନ ହତ୍ୟା ଦିବସ’ରେ ଗଣତନ୍ତ୍ର ସେନାନୀମାନଙ୍କ ସାହସ ଓ ସଂଘର୍ଷକୁ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ‘ସଂବିଧାନ ହତ୍ୟା ଦିବସ’ ଭାରତୀୟ ଗଣ
‘ସଂବିଧାନ ହତ୍ୟା ଦିବସ’ରେ ଗଣତନ୍ତ୍ର     ସେନାନୀମାନଙ୍କ ସାହସ ଓ ସଂଘର୍ଷକୁ ସ୍ମରଣ କଲେ କେଭି ସିଂହଦେଓ


ଭୁବନେଶ୍ୱର, 25 ଜୁନ୍ (ହି.ସ.)- ‘ସଂବିଧାନ

ହତ୍ୟା ଦିବସ’ରେ ଗଣତନ୍ତ୍ର ସେନାନୀମାନଙ୍କ ସାହସ ଓ ସଂଘର୍ଷକୁ ସ୍ମୃତିଚାରଣ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି

ଯେ, ‘ସଂବିଧାନ ହତ୍ୟା ଦିବସ’ ଭାରତୀୟ ଗଣତନ୍ତ୍ରର ସେହି

କଳା ଅଧ୍ୟାୟକୁ ସ୍ମରଣ କରାଏ, ଯେତେବେଳେ ୨୫ ଜୁନ ୧୯୭୫ ରେ ଦେଶରେ ଜରୁରୀକାଳ

ଲାଗୁ କରାଯାଇ ନାଗରିକ ସ୍ୱାଧୀନତା, ମତ ପ୍ରକାଶର ସ୍ୱାଧୀନତା ଏବଂ

ସାଂବିଧାନିକ ଅଧିକାର ଉପରେ ବ୍ୟାପକ କଟକଣା ଲଗାଯାଇଥିଲା। ପ୍ରେସ ଉପରେ ସେନ୍ସରଶିପ୍, ରାଜନୈତିକ ବିରୋଧୀମାନଙ୍କ ଗିରଫ ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଉପରେ ନିୟନ୍ତ୍ରଣ

ସଂବିଧାନର ମୂଳ ଭାବନାକୁ ଗଭୀର ଆଘାତ ପହଞ୍ଚାଇଥିଲା।

ଏହି ଦିବସ ସେହି ଗଣତନ୍ତ୍ର

ସେନାନୀମାନଙ୍କ ସାହସ ଓ ସଂଘର୍ଷକୁ ସ୍ମରଣ କରିବାର ଏକ ସୁଯୋଗ, ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ

ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନାଗରିକ ଅଧିକାରର ସୁରକ୍ଷା ପାଇଁ ନିଜ ସ୍ୱରକୁ ଉଚ୍ଚ କରିଥିଲେ।

ସେମାନଙ୍କର ତ୍ୟାଗ ଆମକୁ ସଂବିଧାନର ଗରିମା, ସ୍ୱାଧୀନତା ଏବଂ

ଗଣତନ୍ତ୍ରର ସୁରକ୍ଷା ପ୍ରତି ସଦା ସଚେତନ ଓ ପ୍ରତିବଦ୍ଧ ରହିବାକୁ ପ୍ରେରଣା ଦେଇଥାଏ। ଆଜି

‘ସଂବିଧାନ ହତ୍ୟା ଦିବସ’ ଅବସରରେ ସେହି ସମସ୍ତ ଗଣତନ୍ତ୍ର ରକ୍ଷକଙ୍କୁ ଶ୍ରଦ୍ଧାପୂର୍ବକ ନମନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande