
ଭୁବନେଶ୍ୱର, 25 ଜୁନ୍ (ହି.ସ.)- ‘ସଂବିଧାନ
ହତ୍ୟା ଦିବସ’ରେ ଗଣତନ୍ତ୍ର ସେନାନୀମାନଙ୍କ ସାହସ ଓ ସଂଘର୍ଷକୁ ମନେ ପକାଇ ଏହି କଳା ଅଧ୍ୟାୟକୁ
ଦେଶ କେବେ ଭୁଲିବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି ମନ୍ତ୍ରୀ କହିଛନ୍ତି ଯେ, ୧୯୭୫ ମସିହା ଆଜିର
ଦିନରେ ତତ୍କାଳୀନ କଂଗ୍ରେସ ସରକାର ନିଜର ସ୍ୱାର୍ଥ ହାସଲ ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି
ଲଗାଇ ଭାରତର ସମ୍ବିଧାନର ହତ୍ୟା କରିଥିଲା। ଆଜି ସେହି କଳା ଦିବସକୁ ୫୧ ବର୍ଷ ପୁରିଛି। ଦେଶବାସୀ
ଏହି କଳା ଅଧ୍ୟାୟକୁ କେବେବି ଭୁଲିବେ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା