
ବଲାଙ୍ଗିର, ୨୬ ଜୁନ୍ (ହି.ସ.)- ଆଜି ଆପ୍ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ବିଧାନସଭାର ସକ୍ରିୟ କାର୍ଯ୍ୟକର୍ତାମାନଙ୍କ ସହିତ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଦିଲ୍ଲୀରୁ ଆସିଥିବା ସହ ପ୍ରଭାରୀ ଟିଙ୍କୁ ରୋଜରାଙ୍କ ବୈଠକ ହୋଇଥିଲା । ଏହି ବୈଠକରେ ଟିଙ୍କୁ ରୋଜରା କହିଛନ୍ତି ଏଥର ବଲାଙ୍ଗିର ରେ ଆପ୍ ର କେନ୍ଦ୍ର ନେତୃତ୍ୱ ଫୋକସ କରିଛନ୍ତି, ବଲାଙ୍ଗିର ଏବଂ ସାରା ଓଡିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଲୋକଙ୍କୁ ଗୁମରାହା କରୁଛି ଏବଂ ଡବଲ ଇଞ୍ଜିନ ସରକାର ସାଧାରଣ ଲୋକଙ୍କୁ ଡବଲ ଧୋକା ଦେଉଛି ଏବଂ ଲୁଟୁଛି ତେଣୁ ବିଜେପିର କବାଡା ସରକାରକୁ ସାଧାରଣ ଜନତା ଏବଂ ଆମ ଆଦମୀ ପାର୍ଟିର ସିପାହି ଜବାବ ଦେବ ।
ଏହି କାର୍ଯ୍ୟକ୍ରମ ବଲାଙ୍ଗିର ବିଧାନସଭାର ପ୍ରତ୍ୟେକ ପଂଚାୟତରୁ ପାର୍ଟି କର୍ମକର୍ତା ଯୋଡିଛନ୍ତି ବୋଲି ଆପ ନେତା ଆଶିଷ ପାଣ୍ଡେ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ