ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ର ସାଧାରଣ ପରିଷଦ ବୈଠକ ଏବଂ ପ୍ରତିଷ୍ଠା ଦିବସ
ବଲାଙ୍ଗିର, ୨୬ ଜୁନ୍ (ହି.ସ.) - ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଏବଂ ପ୍ରତିଷ୍ଠା ଦିବସ ସଦାଇପାଲି ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ସଭାକୁ ସୁନିଲ ଚନ୍ଦ୍ର ବିଶ୍ୱାଲ କର୍ମକର୍ତାମାନଙ୍କୁ ମଂଚକୁ ଆମନ୍ତ୍ରଣ କଲା ପରେ ମ
ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ର ସାଧାରଣ ପରିଷଦ ବୈଠକ ଏବଂ ପ୍ରତିଷ୍ଠା ଦିବସ


ବଲାଙ୍ଗିର, ୨୬ ଜୁନ୍ (ହି.ସ.) - ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଏବଂ ପ୍ରତିଷ୍ଠା ଦିବସ ସଦାଇପାଲି ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ସଭାକୁ ସୁନିଲ ଚନ୍ଦ୍ର ବିଶ୍ୱାଲ କର୍ମକର୍ତାମାନଙ୍କୁ ମଂଚକୁ ଆମନ୍ତ୍ରଣ କଲା ପରେ ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି ସଭାକୁ ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ ତଥା ମଂଚ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭ ରୁ ପୃଥ୍ୱୀରାଜ ହାଇସ୍କୁଲର ପୂର୍ବତନ ପିଇଟି ସ୍ୱର୍ଗତ ଭାବଗ୍ରାହୀ ରଥଙ୍କ ବିୟୋଗ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମଂଚର ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ ଗତ ସାଧାରଣ ବୈଠକ ତଥା କାର୍ଯ୍ୟକାରିଣୀ ବୈଠକର ବିଷଦ ବିରଣୀ ପ୍ରଦାନ କଲା ପରେ ସାଇଟ କଲେଜର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ତାଙ୍କର ଅବିଭାଷଣ ରଖିଥିଲେ । ଉପ-ସଭାପତି ଇଂ. ହରେକୃଷ୍ଣ ମେହେର ନିଜର ଅଭିଭାଷଣ ଦେଇଥିଲେ । କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ମଂଚର ଆୟ ବ୍ୟୟ ତଥା କର୍ପସ ଫଣ୍ଡ ବିଷୟରେ ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଗଣେଷ ଚନ୍ଦ୍ର ପାଢୀ କାର୍ଯ୍ୟାଳୟ ସଂପାଦକ ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ମଂଚ ର ପୂର୍ବ କାର୍ଯ୍ୟକ୍ରମ ଓ ବର୍ତମାନ କାର୍ଯ୍ୟକ୍ରମ ସଂପର୍କରେ ସଭାପତି ଶ୍ରୀ ମିଶ୍ର ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ସଭାରେ ଉପଦେଷ୍ଟା ଦୁର୍ଗା ପ୍ରସାଦ ହୋତା, ମଥାମଣି ପଣ୍ଡା, ନିମାଇଁ ଚରଣ ମେହେର, ଡ. ପ୍ରମୋଦ କୁମାର ମିଶ୍ର, ପ୍ରଦ୍ୟୁମ୍ନ ଗଡତ୍ୟା, ହରେକୃଷ୍ଣ ତ୍ରିପାଠି, ଗୋବିନ୍ଦ ଚନ୍ଦ୍ର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ନିଜର ମତାମତ ଦେଇଥିଲେ । ପରେ ପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଷ୍ଠା ଦିବସ ଉପଲକ୍ଷେ ସଭାପତି ପ୍ରଭାକର ମିଶ୍ର ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର, ସାଇଟ କଲେଜର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ ମଂଚାସିନ ଥିଲେ । ସମସ୍ତ ଅତିଥି ଗଣ ନିଜ ନିଜ ମନ୍ତବ୍ୟରେ ବରିଷ୍ଠ ନାଗରିକମାନଙ୍କର ସୁସ୍ୱାସ୍ଥ୍ୟ ଏବଂ ଦିର୍ଘାୟୁ କାମନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, ଚିତ ରଂଜନ ପଟେଲ, ଶ୍ୟାମ ସୁନ୍ଦର ମିଶ୍ର, ସୁରେନ୍ଦ୍ର ନେଗୀ, ବ୍ରଜ କିଶୋର ପଣ୍ଡା, କୃଷ୍ଣଚନ୍ଦ୍ର ନାଥ ସହଯୋଗ କରି ସଫଳ କରିଥିଲେ । ପରିଶେଷରେ ସହ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande