ଭୁବନେଶ୍ୱରକୁ କାମ କରିବା ପାଇଁ ଯାଇଥିବା ବ୍ୟକ୍ତି ନିଖୋଜ
ଭଦ୍ରକ, ୨୬ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ପଞ୍ଚାୟତ ଅଧିନ ଦୀପବାଡ଼ି ଗ୍ରାମର ବିଶ୍ୱନାଥ ଜେନା ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱରକୁ କମକରିବାକୁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ନିଖୋଜ ବିଶ୍ୱନାଥର ପତ୍ନୀ ଭଗବତୀ ଜେନା ତିହିଡି ଥାନାରେ ଅଭିଯୋଗ କରିବାସହିତ
BHUBANESWAR KU KAMAKU JAITHIBA BYAKTI NIKHOJ


ଭଦ୍ରକ, ୨୬ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ପଞ୍ଚାୟତ ଅଧିନ ଦୀପବାଡ଼ି ଗ୍ରାମର ବିଶ୍ୱନାଥ ଜେନା ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱରକୁ କମକରିବାକୁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ନିଖୋଜ ବିଶ୍ୱନାଥର ପତ୍ନୀ ଭଗବତୀ ଜେନା ତିହିଡି ଥାନାରେ ଅଭିଯୋଗ କରିବାସହିତ ବିହୀତ ପଦକ୍ଷେପ ନେବାକୁ ଦାବିକରିଛନ୍ତି।ଅଭିଯୋଗରୁ ପ୍ରକାଶ ଯେ,ଭଗବତୀ ବାହାରକୁ କାମ କରିବାକୁ ଯାଇଥିଲେ। ତାଙ୍କ ସ୍ୱାମୀ ଅସୁସ୍ଥ ଥିବାରୁ ଘରେ ରହୁଥିଲେ। ମାତ୍ର ଗୁଆମାଳ ଗଣ୍ଡପଡା ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ସ୍ୱାମୀକୁ ଭୁବନେଶ୍ୱରରେ କାମ କରିବାକୁ ପ୍ରଲୋଭନ ଦେଖାଇ ଜୁନ୧୯ ତାରିଖ ଦିନ ଜୋର ଜବରଦସ୍ତ ନେଇଯାଇଥିଲା। ଏସମ୍ପର୍କରେ ଭଗବତୀ ଖବର ପାଇ ଘରେ ପହଞ୍ଚି ତାଙ୍କ ସ୍ୱାମୀକି କାମ କରିବାକୁ ନେଇଥିବା ଗଣ୍ଡପଡା ଗ୍ରାମର ସେହି ବ୍ୟକ୍ତିଙ୍କୁ ପଚାରିବାରୁ କିଛି ନ କହି ଲୁଚିଥିଲେ। ଶେଷରେ ଭଗବତୀ ବାଧ୍ୟହୋଇ ଥାନାରେ ଦ୍ୱାରସ୍ଥ ହୋଇ ସେହି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande