
ଭୁବନେଶ୍ୱର, ୨୬ ଜୁନ୍ (ହି.ସ)- ପାଟଣାଗଡ଼ ସ୍ଥିତ ରାଜ ଖମାର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ତଥା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର 'ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ୨୦୨୬' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି ବୈଠକରେ ଉପସ୍ଥିତ ଦଳୀୟ କର୍ମକର୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ସାଙ୍ଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ଦିନରେ ଦଳର କାର୍ଯ୍ୟପନ୍ଥାକୁ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା। ଏହା ସହିତ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ କିପରି ତୃଣମୂଳ ସ୍ତରରେ ସଫଳ କରାଯାଇପାରିବ, ସେ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି।
ଦଳର ପ୍ରତ୍ୟେକ କର୍ମୀଙ୍କ ନିଷ୍ଠା ଓ ପରିଶ୍ରମ ଆଗାମୀ ଦିନରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଏକ ନୂତନ ଶିଖରକୁ ନେବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ଶ୍ରୀ ସିଂହଦେଓ ଏହି ଅବସରରେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା