ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ ରକ୍ତ ସଂଗୃହୀତ
ବଲାଙ୍ଗିର, ୨୬ ଜୁନ୍ (ହି.ସ.)- ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ମାନବିକତାର ପରିଚୟ ଦେଇଛନ୍ତି ଡଂଗାଘାଟ ଗ୍ରାମର ଯୁବକ ସୁମନ୍ତ କୁମାର ସାହୁ । ସୁମନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ଦୁଷ୍ମନ୍ତ ସାହୁ ଓ ସୁଧୀର ମଲ୍ଲିକ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସମରା ଗ୍ରାମର ରୋହିତ ପ୍ରଧାନ ଏବଂ କେନ୍ଦୁମୁଡି ଗ୍ରାମର ଜୟସିନୀ ସାହୁ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ପାଇଁ ଜରୁରୀ ରକ୍ତର ଆବଶ୍ୟକତା ପଡିବାରୁ ତାଙ୍କ ପରିବାର ଲୋକେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ଯୁବ ସମାଜର ସଦସ୍ୟ ଓମ୍ ପ୍ରକାଶ ନାୟକ ଓ ବ୍ୟାସଦେବ ସାହୁ ତୁରନ୍ତ ଭୀମ ଭୋଇ ବ୍ଲଡ ବ୍ୟାଙ୍କରେ ପହଂଚି ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୫ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା କୁଲୁତା ସମାଜ ସଭାପତି ତଥା ପ୍ରକୃତିବନ୍ଧୁ ଅସୀମ କୁମାର ଭୋଇ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ସମ୍ମାନ ପତ୍ର ଏବଂ ବୃକ୍ଷ ଚାରା ପ୍ରଦାନ କରିଥିଲେ । ଏହା ସହ ପରିବେଶ ସୁରକ୍ଷା ଓ ସଚେତନତା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ରକ୍ତଦାନ କାର୍ଯ୍ୟକ୍ରମରେ ବ୍ଲଡ ବ୍ୟାଙ୍କ କାଉନସିଲର ଶେଖ ଅସରଫ୍ ଓ ନିତୁ ପଟେଲ ଉପସ୍ଥିତ ରହି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande