ଲୋଇସିଂହା ଟାଙ୍ଗରପାଲିରେ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, ୨୬ ଜୁନ (ହି.ସ)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁକ୍ରବାର ଦିନ ଲୋଇସିଂହା ବ୍ଲକ, ତଲିଉଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଟାଙ୍ଗରପାଲି ଠାରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି। ଏନେଇ ମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍
yiyu889o[


ଭୁବନେଶ୍ୱର, ୨୬ ଜୁନ (ହି.ସ)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁକ୍ରବାର ଦିନ ଲୋଇସିଂହା ବ୍ଲକ, ତଲିଉଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଟାଙ୍ଗରପାଲି ଠାରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି। ଏନେଇ ମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହି ଗୋଷ୍ଠୀ କେନ୍ଦ୍ର ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ପର୍ବପର୍ବାଣୀ ଏବଂ ଗୁରୁତ୍ୱପୂର୍ଣ୍ଣ ସଭାସମିତି ଆୟୋଜନ ପାଇଁ ଏକ ପ୍ରମୁଖ ଓ ସୁବିଧାଜନକ ମାଧ୍ୟମ ସାଜିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଅବସରରେ ଆଶା ପ୍ରକାଶ କରିଛନ୍ତି।ଅଂଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରର ନିର୍ମାଣ କରାଯାଇଛି, ଯାହା ସ୍ଥାନୀୟ ଭାଇଭଉଣୀମାନଙ୍କ ମଧ୍ୟରେ ଏକତା ଓ ସାମାଜିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ୍କହିଛନ୍ତି। ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande