ବିଶିଷ୍ଟ ସାମ୍ବାଦିକ ଶରତ ଚନ୍ଦ୍ର ଦାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର, ୨୬ ଜୁନ (ହି.ସ.) - ବିଶିଷ୍ଟ ସାମ୍ବାଦିକ ଶରତ ଚନ୍ଦ୍ର ଦାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଶିଷ୍ଟ ସାମ୍ବାଦିକ ତଥା ପିଟିଆଇର ଓଡ଼ିଶା ବ୍ୟୁରୋର ପୂର୍ବତନ ମୁଖ୍ୟ ଶରତ ଚନ୍ଦ୍ର ଦାଶଙ୍କ ଦେହାନ୍ତ
cm


ଭୁବନେଶ୍ୱର, ୨୬ ଜୁନ (ହି.ସ.) - ବିଶିଷ୍ଟ ସାମ୍ବାଦିକ ଶରତ ଚନ୍ଦ୍ର ଦାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଶିଷ୍ଟ ସାମ୍ବାଦିକ ତଥା ପିଟିଆଇର ଓଡ଼ିଶା ବ୍ୟୁରୋର ପୂର୍ବତନ ମୁଖ୍ୟ ଶରତ ଚନ୍ଦ୍ର ଦାଶଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।

ସ୍ୱର୍ଗତ ଶରତ ଚନ୍ଦ୍ର ଦାଶ ନିଜର ଦୀର୍ଘ ସାମ୍ବାଦିକତା ଜୀବନରେ ଉଚ୍ଚ ମୂଲ୍ୟବୋଧ, ନିରପେକ୍ଷ ଉପସ୍ଥାପନା ଏବଂ ବୃତିଗତ ସାଧୁତା ପାଇଁ ସର୍ବଦା ଆଦୃତ ଥିଲେ। ରାଜ୍ୟର ରାଜନୀତି, ପ୍ରଶାସନ ଓ ଜନକଲ୍ୟାଣକାରୀ ବିଷୟ ଉପରେ ତାଙ୍କର ଗଭୀର ଜ୍ଞାନ ଓ ସୂକ୍ଷ୍ମ ବିଶ୍ଳେଷଣ ସାମ୍ବାଦିକତା ଜଗତରେ ଏକ ମାନଦଣ୍ଡ ସୃଷ୍ଟି କରିଥିଲା।

ତାଙ୍କର ବିୟୋଗ ଓଡ଼ିଶାର ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍?ଗତି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande