ସିଡିଭିଓ କାର୍ଯ୍ୟାଳୟର ପରିଦର୍ଶନ ଓ ସମୀକ୍ଷା କଲେ ଜ଼ିଲ୍ଲାପାଳ
Collector review at CVDO office
ସିଡିଭିଓ କାର୍ଯ୍ୟାଳୟର ପରିଦର୍ଶନ ଓ ସମୀକ୍ଷା କଲେ ଜ଼ିଲ୍ଲାପାଳ


ଝାରସୁଗୁଡା, ୨୬ ଜୁନ୍ (ହି.ସ.)- ଝାରସୁଗୁଡ଼ାସ୍ଥିତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ) କାର୍ଯ୍ୟାଳୟକୁ ଆଜି ପରିଦର୍ଶନ କରିଥିଲେ ଜ଼ିଲ୍ଲାପାଳ କୁଣlଲ ମୋତିରlମ ଚୱାଣ l କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକଳାପ ଓ ବିଭାଗୀୟ ଯୋଜନାଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଥିଲେ l ପରିଦର୍ଶନ ସମୟରେ କାର୍ଯ୍ୟାଳୟର ରେକର୍ଡ ସଂରକ୍ଷଣ, ପ୍ରଶାସନିକ କାର୍ଯ୍ୟଦକ୍ଷତା, ପଶୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ଏବଂ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଧୀୟ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା କରିଥିଲେ l ସରକାରୀ ଯୋଜନାଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା, ପଶୁପାଳକମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଏବଂ ପଶୁ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀ ଚୱାଣ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବିଭାଗୀୟ କାର୍ଯ୍ୟରେ ସ୍ୱଚ୍ଛତା, ଦକ୍ଷତା ଏବଂ ଜନସେବାର ମାନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ lପରିଦର୍ଶନ ସମୟରେ ସିଡିଭିଓ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande