ବୃନ୍ଦାବନ କଲୋନୀ ପରିଦର୍ଶନ କଲେ ଜିଲ୍ଲାପାଳ
Collector visit Brindaban colony
Collector visit


ଝାରସୁଗୁଡା, ୨୬ ଜୁନ୍ (ହି.ସ.)- ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ଝାରସୁଗୁଡା ପୌରପାଳିକା ଅନ୍ତର୍ଗତ କୁଲେରମୁଣ୍ଡା ବଡ଼କଟା (ଓରାମପଡା) ବୃନ୍ଦାବନ କଲୋନୀ ପରିଦର୍ଶନ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ କଲୋନୀର ରାସ୍ତା, ନିଷ୍କାସନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ମୌଳିକ ସୁବିଧାର ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା, ଅଭାବ ଓ ଆବଶ୍ୟକତା ବିଷୟରେ ଅବଗତ ହୋଇଥିଲେ। ଜନସାଧାରଣଙ୍କ ଦ୍ୱାରା ଉଠାଯାଇଥିବା ବିଭିନ୍ନ ପ୍ରସଙ୍ଗର ଶୀଘ୍ର ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କୁ ଉତ୍ତମ ନାଗରିକ ସେବା ପ୍ରଦାନ ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ଝାରସୁଗୁଡା ପୌରପାଳିକା ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରଖିବାକୁ ଜିଲ୍ଲାପାଳ ପୌରପରିଷଦ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ପୌରପାଳିକାର ଅଧିକାରୀ, କର୍ମଚାରୀ ଓ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande