
ଝାରସୁଗୁଡା, ୨୬ ଜୁନ୍ (ହି.ସ.)- ଲଖନପୁର ବ୍ଲକ ଅନ୍ତର୍ଗତ ପାଲସଦା ପ୍ରାଥମିକ ବିଦ୍ୟାଳୟରେ ଅଚlନକ ପହଂଚି ଥିଲେ ଜ଼ିଲ୍ଲାପାଳ କୁଣlଲ ମୋତିରାମ ଚୱାଣ l ଏହି ଅବସରରେ ଶ୍ରୀ ଚୱାଣ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଉପସ୍ଥାନ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ପରିମଳ ବ୍ୟବସ୍ଥା ଏବଂ ବିଦ୍ୟାଳୟ ପରିବେଶର ସମୀକ୍ଷା କରିଥିଲେ l ପରିଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଜ଼ିଲ୍ଲାପାଳ l ଏହା ସହ ସେମାନଙ୍କର ପାଠପଢ଼ା ଓ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ସମ୍ପର୍କରେ ନିଜେ ଅବଗତ ହୋଇଥିଲେ। ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ନିୟମିତ ଉପସ୍ଥାନ ସୁନିଶ୍ଚିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ l ବିଦ୍ୟାଳୟର ଭିତ୍ତିଭୂମି ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ଓ ପରିଚ୍ଛନ୍ନତା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ଶିକ୍ଷାର ମାନୋନ୍ନତି ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ତମ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l
ପରିଦର୍ଶନ ସମୟରେ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ, ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟି ର ସଭ୍ୟ, ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ