ତ୍ରିନାଥ ଗୁଆଲଙ୍କ ବିୟୋଗରେ ବିଜେଡି କାର୍ଯ୍ୟାଳୟରେ ଶୋକସଭା, ନେତୃବୃନ୍ଦଙ୍କ ଶ୍ରଦ୍ଧାଞ୍ଜଳି
Condolence meeting on Trinath Gual
ତ୍ରିନାଥ ଗୁଆଲଙ୍କ ବିୟୋଗରେ ବିଜେଡି କାର୍ଯ୍ୟାଳୟରେ ଶୋକସଭା, ନେତୃବୃନ୍ଦଙ୍କ ଶ୍ରଦ୍ଧାଞ୍ଜଳି


ଝାରସୁଗୁଡା, ୨୬ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଭାପତି, ପୂର୍ବତନ ଓକିଲ ସଂଘ ସଭାପତି ତଥା ସ୍ୱର୍ଗତ ବାଚସ୍ପତି କିଶୋର ମହାନ୍ତିଙ୍କ ଜଣେ ଘନିଷ୍ଠ ସହଯୋଗୀ ତ୍ରିନାଥ ଗୁଆଲଙ୍କ ପରଲୋକରେ ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ା ସହରସ୍ଥିତ ମଙ୍ଗଳ ବଜାର ବିଜେଡି କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

ଶୋକସଭାର ପ୍ରାରମ୍ଭରେ ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ଉପସ୍ଥିତ ନେତୃବୃନ୍ଦ, ଦଳୀୟ କର୍ମୀ ଓ ସମର୍ଥକମାନେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ବକ୍ତାମାନେ ସ୍ୱର୍ଗତ ଗୁଆଲଙ୍କ ସଂଗଠନ ପ୍ରତି ନିଷ୍ଠା, ତ୍ୟାଗ ଓ ଦୀର୍ଘଦିନର ଅବଦାନକୁ ସ୍ମରଣ କରି ତାଙ୍କ ବ୍ୟକ୍ତିତ୍ୱ ଓ ସାମାଜିକ ସେବାଭାବର ଭୂୟସୀ ପ୍ରଶଂସା କରିଥିଲେ।

ଶୋକସଭାରେ ପୂର୍ବତନ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଯୁବ ବିଜେଡି ନେତା ଦୁର୍ଗେଶ ମହାନ୍ତି, ଉପନଗରପାଳ ବେଣୁ ଗୋପାଳ ପାଣିଗ୍ରାହୀ, ବରିଷ୍ଠ ଓକିଲ ତାପସ ରାୟ ଚୌଧୁରୀ, ପ୍ରଶାନ୍ତ ଜେନା, ତପନ ପ୍ରଧାନଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ସ୍ୱର୍ଗତ ଗୁଆଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande